STORYMIRROR

Tapan Kumar Swain

Romance

3  

Tapan Kumar Swain

Romance

ପ୍ରିୟାର ଓଢଣୀ

ପ୍ରିୟାର ଓଢଣୀ

1 min
409


କେତେ କେତେ ରାତି ବିତିଛି ନିରୋଳା

ପ୍ରିୟା ସାଥେ ମୋର ଏକା 

ସେଇ ସ୍ମୃତି ସବୁ ମନ କାଗଜରେ         

ଆଜି ଅଛି ମୋର ଲେଖା । 


ନିରୋଳା ସଞ୍ଜରେ କେବେ କେଉଁଦିନ

ଦେଖା ହୋଇଯାଏ ଯେବେ

ସେଦିନ ସମୟ ବିତିଯାଏ ଆମ

ଯେମିତି ଲାଗଇ ଏବେ 

ରାଗ ରୁଷା ଯଦି ହୋଇଯାଏ ଟିକେ

ମନ ପଡ଼ିଯାଏ ଫିକା ।

ସେଇ ସ୍ମୃତି ସବୁ.................(୧) 


ନଈ ପଠା ପରେ ସାଗର ବେଳାରେ

ଚାଲୁ ଚାଲୁ କେତେ ଥର 

ଅଦିନିଆ ବର୍ଷା ଭିଜେଇଛି ଆସି 

ଫେରିବା ବାଟରେ ଘର

କାହିଁକି କେଜାଣି ସେଦିନ ମନରେ

ଜାଗେ ଛାତିତଳେ ଶଙ୍କା ।

ସେଇ ସ୍ମୃତି ସବୁ.................(୨) 


ପ୍ରିୟା ଓଢଣୀରେ ଚଗଲା ପବନ

ବେଳେବେଳେ କାହିଁ ଲାଗେ 

ସେଦିନ କାହିଁକି ପବନ ଉପରେ

ମନେ ମନେ ଭାରି ରାଗେ

ଲାଜକୁଳୀ ପ୍ରିୟା ଲାଜେଇ ବାଲିରେ

ପାଦେ ଟାଣୁଥାଏ ରେଖା ।

ସେଇ ସ୍ମୃତି ସବୁ.................( ୩ )



Rate this content
Log in

Similar oriya poem from Romance