STORYMIRROR

Alekha Pasad Moharana

Romance

4  

Alekha Pasad Moharana

Romance

ମିଠା ସମ୍ପର୍କ

ମିଠା ସମ୍ପର୍କ

1 min
180

ମିଠା ସମ୍ପର୍କରେ

ନଜ଼ର ଲାଗିଲେ

ଫିକା ପଡେ ମନ ପ୍ରାଣ

ସୋହାଗ ସେନେହ

କରନ୍ତି ବିଦ୍ରୋହ

ପ୍ରଣୟ ହୁଅଇ କ୍ଷୀର୍ଣ୍ଣ । (୧)

ଜୀବନ ସଂବେଗ

ପ୍ରେମର ଆବଗ

କୁହୁଡି ପହଁରେ ନିତି

ବିନା ବାଦଲରେ

ବରଷା ଝରଇ

ଭିଜିଲେବି ହେ ତାତି ।(୨)

ମରୁ ଉପତ୍ୟକା

ହୃଦୟ ପାଲଟେ

ଶୁଖିଯାଏ ପ୍ରେମ ଧାର

ତଂଟି ଓଠ ଶୁଷ୍କ

ମନ ଯେ 

ଶୁନ୍ୟତାର ହାହାକାର ।(୩)

ଭାଵ ଉଦ୍ଦାମତା

ଜରାଜୀର୍ଣ୍ଣ ସିକ୍ତ

ମରି ଯାଏ ଓଠୁ ହସ

ସପନ ସମ୍ଭାର

ହୁଏ ଛାରଖାର

ମିଠା ସ୍ମୃତି ହୁଏ ଶେଷ ।(୪)

ଜୀବନ ଆଲୋକ

ଲିଭି ଲିଭି ଯାଏ

ପ୍ରୀତି ପ୍ରେମ ବାସ୍ନା ବିନା

ଦୁଇ ମନ ଯେବେ

ହୁଏ ଏକ ମନ

ଝରଇ ପ୍ରୀତି ଝରଣା । (୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance