STORYMIRROR

Prashanta Padhan

Others Romance

3  

Prashanta Padhan

Others Romance

ପ୍ରେମର ସନ୍ଧ୍ୟା

ପ୍ରେମର ସନ୍ଧ୍ୟା

1 min
488


ପୂରୁବରୁ ଯେବେ ପଶ୍ଚିମ ଦିଗକୁ

ଅସ୍ତ ହେଉଥାନ୍ତି ରବି

ସେ ନାଲି ଆକାଶେ ଉଦ୍ ଭାସିତ ହୁଏ

ମୋ ପ୍ରିୟାର ପ୍ରତିଛବି ।।

ବିହଙ୍ଗ ବି ଫେରେ ନୀଡ଼କୁ ଯେ ତା'ର

ଜହ୍ନ ଖେଳେ ଲୁଚକାଳି

ମନ ହୁଏ ମୋର ପ୍ରେମ ପଲ୍ଲବିତ

ପ୍ରିୟା ମୋ ଆସିବ ବୋଲି ।।

ଅନ୍ତଘଟେ ପୁଣି ଅପେକ୍ଷାର ମୋର

ଗୋଧୂଳି ସମୟ ପରେ

ନୀରବତା ଭାଙ୍ଗି ସ୍ପନ୍ଦନ ଯେ ବଢେ

ପ୍ରିୟାର ପାଉଁଜି ସୁରେ ।।

ଝିଙ୍କାରୀର ସ୍ୱର ବଢି ବଢି ଯାଏ

ବଢିଯାଏ ପୁଣି ରାତି

କଥା ରହିଯାଏ ଓଠରେ ଓଠରେ

ଥରୁଥାଏ ଖାଲି ଛାତି ।।

କେବେ କେବେ ପୁଣି ଜହ୍ନ ଲୁଚିଯାଏ

ତମସାର ଆଗମନେ

ପାରିଜାତ ଫୁଟେ ପ୍ରିୟାର ସ୍ପର୍ଶରେ

ପ୍ରେମର ଏ ମଧୁବନେ ।।

ଓଢଣୀକୁ ଛାଟି ଚାଲିଯାଏ ଦୂରେ

କେତେ ମିଛ ବାହାନାରେ

ହସ ଝରିଉଠେ ମୁହଁରେ ପ୍ରିୟାର

ଗୋଲାପି ଓଠର ଧାରେ ।।

ଚାଲିଗଲା ପରେ କହିଦେଇ ଯାଏ

କାଲିକି ଆସିବା ପାଇଁ

ଉଜାଗରେ କଟେ ରଜନୀ ଯେ ମୋର

ପ୍ରିୟାର ବାଟକୁ ଚାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍