ପ୍ରେମ
ପ୍ରେମ
1 min
450
ପ୍ରେମ ଏକ ଅଙ୍କାବଙ୍କା ନଈ
କେଉଁଠୁ କେବେ ହୁଏ ତାର ଆରମ୍ଭ
କେହି ପାରିବେନି କହି
ଆଖିରେ ଆଖି ଥରେ ମିଶିଗଲେ
ନିଦଟାକୁ କିଏ କରେ ଚୋରୀ
ଶୁଖିଯାଏ କେମିତି ଓଠ ଆଉ ତଣ୍ଟି
କଥା ଭଲ ଭାବେ ହୁଏନି କହି ।
ସୂର୍ଯ୍ୟ ଚନ୍ଦ୍ର ଥିଲେ ଯେତେ ଦୂରେ
ପଦ୍ମ କଇଁର ଶୀହରଣ
କାହିଁ ବଢୁଥାଏ ସେତେ ଉଷ୍ଣତାରେ ।
କି ଯାଦୁ ଥାଏ କେଜାଣି
ପରସ୍ପର ଭିତରେ ପ୍ରତିମୁହୂର୍ତ୍ତରେ
ଯୌବନର ଆମ୍ଵଡାଳେ କୋଇଲିଟିଏ
ଗାଉଥାଏ ଗୀତ ଅହରହ
ବିଭୋର ହୋଇ ବଉଳର ବାସ୍ନାରେ
କି ଖରା କି ବର୍ଷା ଶୀତ ବସନ୍ତ
ସେଥିରେ କିଛି ତାର ଯାଏ ଆସେ ନ ଥାଏ ।
ବଟରପଡା ରାଜକନିକା କେନ୍ଦ୍ରାପଡା

