STORYMIRROR

Shashanka sekhar Ray

Others Romance

5.0  

Shashanka sekhar Ray

Others Romance

ପ୍ରେମ

ପ୍ରେମ

1 min
437


ପ୍ରେମ ଏକ ଅଙ୍କାବଙ୍କା ନଈ

କେଉଁଠୁ କେବେ ହୁଏ ତାର ଆରମ୍ଭ

କେହି ପାରିବେନି କହି

ଆଖିରେ ଆଖି ଥରେ ମିଶିଗଲେ

ନିଦଟାକୁ କିଏ କରେ ଚୋରୀ

ଶୁଖିଯାଏ କେମିତି ଓଠ ଆଉ ତଣ୍ଟି

କଥା ଭଲ ଭାବେ ହୁଏନି କହି ।

ସୂର୍ଯ୍ୟ ଚନ୍ଦ୍ର ଥିଲେ ଯେତେ ଦୂରେ

ପଦ୍ମ କଇଁର ଶୀହରଣ

କାହିଁ ବଢୁଥାଏ ସେତେ ଉଷ୍ଣତାରେ ।

କି ଯାଦୁ ଥାଏ କେଜାଣି

ପରସ୍ପର ଭିତରେ ପ୍ରତିମୁହୂର୍ତ୍ତରେ

ଯୌବନର ଆମ୍ଵଡାଳେ କୋଇଲିଟିଏ

ଗାଉଥାଏ ଗୀତ ଅହରହ

ବିଭୋର ହୋଇ ବଉଳର ବାସ୍ନାରେ

କି ଖରା କି ବର୍ଷା ଶୀତ ବସନ୍ତ

ସେଥିରେ କିଛି ତାର ଯାଏ ଆସେ ନ ଥାଏ ।

ବଟରପଡା ରାଜକନିକା କେନ୍ଦ୍ରାପଡା


Rate this content
Log in