ଦାଂତ-ହୀନ ପେଡି-ନାଗ
ଦାଂତ-ହୀନ ପେଡି-ନାଗ
ହାତ ପାହାଂତା'ରେ-
ଆକାଶ-ଜନ୍ହ,
ହେଲେ...
ଆଲିଂଗନ'ରେ ଭିଡି'ଧରି,
ଚୁମା'ଟିଏ ଦେବାର-
ଅବଦମିତ ଇଚ୍ଛା ମାନଂକୁ
ରୁଂଡାଇ-ପୁଂଡାଇ
ପେଡି ଭିତରେ-
କୁଂଡଳି'କୃତ ଅହିରାଜ ପରି,
ଆକାଂକ୍ଷା'ର ଶବ ମାନଂକ ମଶାଣୀ'ରେ
ବେଂଗ'ଟିଏ ଖାଇ
ଅପେକ୍ଷା-ରତ ମୁଁ...
ସପ୍ତସ୍ୱରୀ'ର ରାଗିଣୀ'ରେ
ଫଣା-ତୋଳି ନାଚେ
ବିଷ-ହୀନ ଫୁତ୍କାର କରି,
ସତେ'କି ମୁଁ-
ଜୀବ-ହୀନ ସତ୍ୱା'ଟିଏ,
କଳ-ମୋଡା କଂଢେଇ'ଟିଏ,
ମୋ ଜୀବନ-ପରିଧି'ରେ-
ସ୍ୱାଦ-ହୀନ ଭୋଜନ,
ସ୍ୱପ୍ନ-ହୀନ ଶୟନ,
ଆଲିଂଗନ-ହୀନ ମୈଥୁନ,
ପୃଷ୍ଠ'ଭୂମି-ହୀନ ପ୍ରେମ,
ପ୍ରେମ-ହୀନ ପ୍ରୀୟା,
ଆତ୍ମୀୟତା-ହୀନ ସ
ଂପର୍କ'ର ପରିଧିରେ,
ପେଡି-ବଦ୍ଧ' ନାଗ'ଟିଏ ମୁଁ,..
ପ୍ରବୃତି'ର ଆତ୍ମା'ହୁତି-
ବୃତ୍ତି-ମହା'ଯଞେ,....
ହୃତ୍-ଷ୍ପଂଦନ ତାଳେ
ଢଂ-ଢଂ-ଢଂ ସମୟ'ର ଘଂଟି
ଜୋତା-ଡୋରୀ ବାଂଧେ
ଖିପ୍ର-ହସ୍ତ ମୋର,
ପ୍ରୀୟା-ମଗ୍ନ-
କେଶ-ପ୍ରସାଧନେ,
ନିମଗ୍ନ-ମାନସେ
ମୋ ବାହୁ-ବଂଧନ'ରୁ
ଯୋଜନ ଦୂରତା'ରେ
ଘନ-କୃଷ୍ନ ଚୁର୍ନ-କୁଂତଳ'ରୁ
ସୂବାଷ-ଷ୍ଫୁର଼ଇ ଆହା
ଉଂକି-ଚାହେଁ ମୁହିଁ
ସୂବର୍ନ-କାଂତି'ରେ
ଦାଉ-ଦାଉ ଜଳେ
ସୂନା-ରଂଗୀ ଦେହ ଆମଂତ୍ରଣେ,..
କଳା-ପାଟ ତଳେ
କୃଷ୍ନ-ରଂଗୀ
ଜାକିଟି'ର ଧାରେ.....
ସତେ ଅବା
ଦାଂତ-ହୀନ
ପେଡି-ନାଗ'ଟିଏ ମୁଁ......
ନୟନ