STORYMIRROR

Pallabini Acharya

Others

3  

Pallabini Acharya

Others

କାବ୍ୟ

କାବ୍ୟ

1 min
12

ଶ୍ରୀକ୍ଷେତ୍ରରେ ବିରାଜିତ ଶ୍ରୀଜଗନ୍ନାଥ

ସେ ଲୀଳାମୟ, ଭାବର ପରମସତ୍ୟ

ଭାବର ସର୍ବୋଚ୍ଚ ଶକ୍ତି ସେ

ନୀଳକନ୍ଦରର ପୁରୁଷୋତ୍ତମ ଶ୍ରୀଜଗନ୍ନାଥ

ଅଖିଳ ବିଶ୍ୱବ୍ରହ୍ମାଣ୍ଡର ସର୍ବଜନ୍ୟ ବନ୍ଧୁ

ନୀଳାଦ୍ରୀପତି ନୀଳମାଧବ ଭକ୍ତର ପ୍ରାଣବନ୍ଧୁ,

ଭକ୍ତର ଦାସାନୁଦାସ।

ପ୍ରଭୁଙ୍କ ପାଇଁ ଭାବ ହିଁ ପ୍ରସାଦ,

ଯେ ଭାବରେ ଭକ୍ତି କରେ

ସେ ପାଲଟିଯାଏ ଜଣେ ପ୍ରକୃତ ଭକ୍ତ।

ଭଗବାନ କେବଳ ଭାବକୁ ନିକଟ,

ଭାବ ଭକ୍ତି ରସ ପାଇଁ ଭଗବାନ ତୃଷାର୍ତ୍ତ ।

ସେ ପରମ ସତ୍ୟ ପରମ ପୁରୁଷ କାଳିଆ ଠାକୁର

ବ୍ରହ୍ମ ସ୍ୱରୂପ, ଚକାନୟକୁ ନିମିଷକେ ଭକ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍