ଉତ୍କଳ ମାତାର ସତ୍ତ୍ୱ ଅଧିକାରୀ
ଉତ୍କଳ ମାତାର ସତ୍ତ୍ୱ ଅଧିକାରୀ
1 min
483
ଉତ୍କଳ ମାତାର ସତ୍ତ୍ୱ ଅଧିକାରୀ
ନିଜକୁ ନିଜେ ମୁଁ
ଦାବୀ କରୁଛି ।
ବିନ୍ଦୁଏ ଭକତି କାଣିଚାଏ ପ୍ରୀତି
ସତରେ କ'ଣ ମୁଁ
ଅର୍ପି ପାରୁଛି !
ଜନନୀ କୋଳରେ ବରଦା ସନ୍ତାନ
ହେବାର ସୁଯୋଗ
ଅନୁଭବିନି ।
ସେଇଥି ପାଇଁ ମୁଁ ବେଦେଶୀ ଭାଷାକୁ
ପ୍ରେମ କରିବାକୁ
ଛାଡି ପାରୁନି ।
ବିଦେଶୀ ମୋହରେ ସ୍ବଦେଶୀ ବଉଳ
ପତ୍ରଝଡା ପରି
ଦେଖା ଗଲାଣି ।
ଓଡ଼ିଆ ଜାତିର ସ୍ୱାଭିମାନ ସବୁ
ବିଦେଶୀ ବଜାରେ
ବିକା ଗଲାଣି ।
ମାତୃଭୂମି,ମାତୃଭାଷା ଆମପାଇଁ
ଗର୍ବ ଗୌରବର
ପରିଚାୟକ ।
Advertisement
ପଣ୍ୟ ଦ୍ରବ୍ୟ ନୁହେଁ,ସ୍ୱାର୍ଥ ବଦଳରେ
ସଉଦା କରିବା
ସାଜି ବଣିକ ।
ସଂଭ୍ରମ ଓଡିଶା ସମୃଦ୍ଧ ତା' ଭାଷା
ବଳିଷ୍ଠ ଐତିହ୍ୟ
ପ୍ରମାଣ ଦିଏ ।
ଯା'କୋଳେ ଜନମ ରମ୍ୟ ରାମାୟଣ
ତାହାକୁ ଦୁର୍ବଳ
କହିବ କିଏ ?
ଜାଗ ହେ,ଜାଗ ହେ ଉତ୍କଳ ସନ୍ତାନ
ସ୍ୱାଭିମାନେ ଶିଖ
ବଞ୍ଚିବା ପାଇଁ ।
ସମ୍ମାନରେ ଶିଖ,ଓଡ଼ିଆରେ ଲେଖ
ଭାଷା ଓ ଜାତିର
ଟେକ କୁ ନେଇ ।
ଜନନୀ ଓଠରେ ରଙ୍ଗ ଭରିଦିଅ
ଓଡ଼ିଆ ଭାଷାର
ଲାଳିତ୍ୟ ନେଇ ।
ଭାଷା ହିଁ ଗରବ ଭାଷା ହିଁ ଗୌରବ
ଐତିହ୍ୟୈଐତିହ୍ୟୈ
ତ୍ରିକାଳ ଜୟୀ ।