ମାନବୀୟ ସ୍ପର୍ଶ
ମାନବୀୟ ସ୍ପର୍ଶ
-----------------
କହିବି କହିବି ବୋଲି
କହି ପାରେ ନାହିଁ ।
କେମିତି କହିବି ସଖୀ
ଭାଷା ପାଉନାହିଁ ।
ଭାଷା ଯଦି ପାଇଯିବି
ଭାବ ର ଅଭାବ ।
ଅଭାବରେ ଥିବି,ହେଲେ
ଥିବ ମୋ'ସଦ୍ଭାବ ।
ସଦ୍ଭାବ ରହିଛି ସାଥି
ମନରେ,ପ୍ରାଣରେ ।
ନିଃସଙ୍ଗ ମୋ'ପ୍ରାଣ ସିନା
ସାଥି ପାଇଁ ଝୁରେ ।
ଝୁରି ଝୁରି ସତେ କ'ଣ
ଦିନ ସରିଯିବ !
ଦିନ ସିନା ସରିଯିବ
ସ୍ମୃତି ରହିଥିବ ।
ସ୍ମୃତିରେ ସ୍ମୃତିରେ ସାଥି
ତୁମରି ମୁରତି
।
ସାଇତି ରଖି ଖୋଜିବି
ନିକାଂଚନ ପ୍ରୀତି ।
ସେ ପ୍ରୀତିରେ ବାସୁଥିବ
ତୁମରି ମହକ ।
ସେ ମହକେ ମହକିବ
ମୋ'ମନ କୋଣାର୍କ ।
କୋଣାର୍କ ଯେ ଅର୍କ କ୍ଷେତ୍ର
ମୋ'କୋଣାର୍କ ଭଗ୍ନ ।
ଭଙ୍ଗା ମନ୍ଦିରେ ସୃଜୀବୀ
ତୁମ ପାଇଁ ଲଗ୍ନ ।
ଲଗ୍ନରେ ଲଗ୍ନରେ ତୁମ
ଛବିକୁ ଆଙ୍କିବି ।
ସେ ଛବିକୁ ନେଇ
ନୂଆ ସଂସାର ଗଢିବି ।
ସେ ସଂସାରେ ଥିବ ପୁଣ୍ୟ
ପ୍ରୀତି ର ପରଶ ।
ମଣିଷର ମୃଦୁ ମୃଦୁ
ମାନବୀୟ ସ୍ପର୍ଶ ।