STORYMIRROR

Pallabini Acharya

Others

4.0  

Pallabini Acharya

Others

ବର୍ଷା

ବର୍ଷା

1 min
142


ଭିଜା ଭିଜା ବର୍ଷା, ଅସରାଏ ଢାଳି ଦେଲା ପରେ ତନୁ, ମନରେ ଖେଳିଯାଏ ଅପୂର୍ବ ପୁଲକ । ଆକାଶରେ ନବୀନ ମେଘମାଳରେ ରାଜୁତି, ଝିପଝିପ ବର୍ଷା, ଟୁପଟୁପ ଶବ୍ଦ ଗ୍ରୀଷ୍ମର କଷ୍ଟକୁ ଦୂରୀଭୂତ କରେ ।

ସବୁଜିମାରେ ସଜେଇ ହୁଏ ପ୍ରକୃତି ରାଣୀ । ଅନେକ ରଙ୍ଗୀନ ଫୁଲରେ ଅତୀବ ରମଣୀୟ, ଦର୍ଶନୀୟ ଦିଶେ ଚତୁର୍ଦ୍ଦିଗ ।

ଆକାଶରେ ନବୀନ ନୀଳ କାଦମ୍ବିନୀ ଚଳଚଞ୍ଚଳ । ସେହି ଲାସ୍ୟମୟୀ ମେଘରାଣୀର ରୂପକାନ୍ତି ସହ ତା ସହ ଜଡ଼ିତ ଆମ ସ୍ମୃତି, ଅନୁଭୂତିକୁ ଶବ୍ଦର ରୂପ ଦେବା ପାଇଁ।


Rate this content
Log in