STORYMIRROR

Pallabini Acharya

Others

3  

Pallabini Acharya

Others

ଟ୍ରିୟାଲ

ଟ୍ରିୟାଲ

1 min
154

ଫୁଲେ ଫୁଲେ ଫଗୁଣର ଆଗମନ।

ବାସନ୍ତୀ ପବନରେ ଧରା ମଧୁମୟ।

ବକୁଳର ମହମହ ବାସ।

ମଳୟର ମହକରେ ମହକିତ,

ଶୋଭିତ ମହନୀୟ , ମନଲୋଭା,

ମନମତାଣିଆ ନବପଲ୍ଲବିତ ପ୍ରକୃତିକୁ

ଦେଖିଦେଲେ ମନମୁଗ୍ଧ ହୋଇଯାଏଁ ।

ଗ୍ରୀଷ୍ମର ପ୍ରକୋପ ନଥାଏ,

ନଥାଏ ଶ୍ରାବଣର ଭୟ, ନଥାଏ

ହେମାଳ ପବନକୁ ଖାତିର ।

କୋଇଲିର କୁହୁ କୁହୁ ତାନ,

ସୁଶୀଳତ ପରିବେଶରେ ଘୁରି

ବୁଲିଲେ ମନ ନବ ବସନ୍ତ ପାଲଟେ,

ଦେହ ସାଜେ ନବବାସନ୍ତୀ ପଳାସ କୃଷ୍ଣଚୂଡ଼ା l


Rate this content
Log in