Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Romance

3  

Manoj kumar Maharana

Romance

'ପ୍ରେମ' - ଏକ ଗାଣିତିକ ଦୃଷ୍ଟିକୋଣ

'ପ୍ରେମ' - ଏକ ଗାଣିତିକ ଦୃଷ୍ଟିକୋଣ

1 min
247


ସତରେ ତୁମ 'ଘନକୁନ୍ତଳା କେଶ'

ମୋତେ 'ବୀଜଗଣିତ' ପରି ବିମୁଗ୍ଧ କରୁଛି,

ଆଉ ତୁମ 'ସୌନ୍ଦର୍ଯ୍ୟଭରା ମୁଖ'

ମୋତେ 'ତ୍ରିକୋଣମିତି' ପରି ଆନନ୍ଦ ଦେଉଛି,

ଆଉ ତୁମ 'ମଦିରାକ୍ଷୀ ନୟନ'

'ଲ.ସା.ଗୁ ଗ.ସା.ଗୁ' ପରି ପାଖକୁ ଟାଣୁଛି,

ଆଉ ତୁମ 'କୋକିଳକଣ୍ଠୀ ସ୍ଵନ'

'ଡିଫିରେନ୍ସେସନ୍' ପରି ଖୁସି ଦେଉଛି,

ଆଉ ତୁମ 'ମଧୁର ନାଲି ଅଧର'

'ମେଟ୍ରିକ୍ସ' ପରି ସୁମଧୁର ଲାଗୁଛି,

ଆଉ ତୁମ 'ଗଜଗମନା ଚାଲି'

'ଅଙ୍କନ' ପରି ତୁମ ନିକଟକୁ ନେଉଛି,

ଆଉ ତୁମ 'ଆଶ୍ଚର୍ଯ୍ୟଭରା ଦେହ'

ମୋତେ 'ଲଗାରିଦମ୍' ପରି ସୁଖ ଦେଉଛି,

ଆଉ ତୁମ 'ପ୍ରେମଭରା ହୃଦୟ'

ମୋତେ 'ଭେକ୍ଟର' ପରି ପାଖକୁ ନେଇଛି,

କିନ୍ତୁ ତୁମ 'ସ୍ନେହ,ପ୍ରେମ' କାହିଁକି

ମୋତେ 'ଇଣ୍ଟିଗ୍ରେସନ୍' ପରି ଲାଗୁଛି,

ମୋତେ ଅଳ୍ପ ସୁଖଦେଇ ଅଧିକ ଦୁଃଖଦେଉଛି !!

ହେ ପ୍ରିୟା, ତୁମ 'ପ୍ରେମ'କୁ

'ବାଇନାରି' ନମ୍ବର ପରି କରିଦିଅ ,

ଦେଖିବ ତୁମ ପ୍ରେମ ସବୁବେଳେ ମୋତେ ସୁଖ ହିଁ ଦେଉଥିବ ।


Rate this content
Log in

Similar oriya poem from Romance