ଝଡଝଞ୍ଜା ଜାଣିନି, ପାଶେ ଅଛ ବୋଲି
ଝଡଝଞ୍ଜା ଜାଣିନି, ପାଶେ ଅଛ ବୋଲି


ଉଠାଣି ଗଡାଣି ଜୀବନ,
ବାଟ ନୁହେଁ ସଳଖ,
ବଦଳି ଥାଏ ଋତୁ ଚକ୍ର ଭଳି,
ଅନ୍ଧାର ଆଲୁଅ ଭିତରେ,
ଘଟଣା ନଘଟେ ସୁଚୀପତ୍ର ଥିଲା ପରି,
ଶେଷ ଠିକଣା ସେଇ କିନ୍ତୁ,
ପବିତ୍ର ମଶାଣି ଭୂମି,
ଗଦାଏ ପାଉଁଶ ଭିତରେ,
ଖୋଜିବେ ହାଡକୁ,
ଗଂଗା ନଦୀରେ ପକାଇ,
କର୍ତ୍ତବ୍ୟରୁ ଦୂର ହେବା ପାଇଁ,
କିଛି ମଣିଷ ଆମର, ହେ ଭଉଣୀ ଭାଇ |
ତଥାପି, ଜୀବନକୁ କେତେ ଲୋଭ,
ରହିଛି ମୋହ,
କେତେ ରାଗ, ରୁଷା, କୋହ |
ହେ ତନୁ ପାତଳୀ,
ତୁମର ସୁଢ଼ଳ ତନୁ,
ତୁମର ସେ ମଧୁ କଥା,
କଥାରେ ଅନେକ କଥାରେ
ଥିଲା ସମ୍ମୋହନ ମନ୍ତ୍ର |
ତୁମର ଆକର୍ଷିତ ନେତ୍ର,
ଟାଣିଲା ମୋ ମନ,
ବିଜୁଳି ଖେଳିଲା ଅଙ୍ଗରେ,
ବାର୍ତ୍ତା ଦେଲ ଇସାରା କରି,
ମିଳନେ ଉଛନ ମନ ମୋହରି,
ତୁମକୁ ଦେଖିଲି ଯେ ଦିନୁ,
ପ୍ରେମେ ପାଗଳ ହେଲି ସେ ଦିନୁ,&nbs
p;
ମନ ନେଲ କିଣି,
ହୃଦୟ ଦେଇ ଦେଲି,
ହେଲ ପ୍ରାଣ ସଙ୍ଗିନୀ |
ବୁଝିପାରେନା ଥିଲା ସେ କି ଆକର୍ଷଣ,
ନିଜେ ଚାହୁଁଥିଲି ରହିବି ସ୍ୱାଧୀନ,
ପଶିବିନି କାହା ବନ୍ଧନେ,
ବାନ୍ଧି ହୋଇଗଲି ଆବେଗରେ,
ଜୀବନର ପ୍ରୀତି ଅଭିଳାଷରେ,
ହେଲ ମୋର ଜୀବନ ସାଥୀ,
ହାତଧରି ଚାଲିଲ ବାଟ ସବୁ କିଛି ସହି,
ଦୂର କଲ ନିସଙ୍ଗତା,
କେତେ ମାନ,
କେତେ ଅଭିମାନ,
ନଥିଲା ଘୃଣାର ଅବା ଅବିଶ୍ୱାସର ଭାବନା,
କରିନ ବିଶ୍ୱାସ ଘାତକତା,
କି ଅନାବିଳ ସମ୍ପର୍କ ଆମର,
ଏସବୁ ଭିତରେ ଆମର,
ଆସି ଏହି ଜୀବନରେ,
ଛାଇ ହୋଇ ରହିଛ ସବୁଠାରେ |
ଆଜି ଭାବୁଛି ମୁହିଁ,
ଅତୀତରେ ପାଇଛେ ଦୁଃଖ ଯନ୍ତ୍ରଣା,
ଝଡଝଞ୍ଜା ହୋଇଛି ଜୀବନେ,
ତମେ ପାଶେ ଅଛ ବୋଲି,
କଷ୍ଟ ମେଣ୍ଟାଇଲି,
ପ୍ରେମତତ୍ତ୍ବ କରିଲି ଆଧାର,
ତମକୁ ପାଇ ଜୀବନ ହେଲା ସତରେ ସାକାର |