ହୃଦୟର ଭାଷା
ହୃଦୟର ଭାଷା
ଫଗୁଣର ଫଗୁ ରେ ରଙ୍ଗାୟିତ ମନ
ତୁମ କଥା ଭାବି ଭାବି ବିତେ ରାତି ଦିନ ।
କେମିତି କହିବି ତୁମ ଆଗେ ମୋ ଭାବନା
କହିବାକୁ ମନ ମୋର ହୁଏ ଆନମନା ।
ହୃଦୟର ଭାଷା ତୁମେ ବୁଝି କି ପାରୁନ ?
ବୁଝି ନ ବୁଝିଲା ପରି ଅଭିନୟ ତ କରୁନ !
ଏପରି କରି କି ଆଉ ଯନ୍ତ୍ରଣା ନ ଦିଅ
ମୋର ଏ ହୃଦୟକୁ ଆପଣାର କରିନିଅ ।
ଏତେ ବଡ ଦୁନିଆରେ ତୁମେ ଲାଗିଲ ନିଜର
ଜନମ ଜନମ ପାଇଁ ମୁଁ ହୋଇଲି ତୁମର ।
ଆମ ଏ ପ୍ରେମରେ କେବେ ନ ଲାଗୁ କା ନଜର
ଯୁଗ ଯୁଗକୁ ସାଥୀ ଆମ ପ୍ରେମ ହୋଇବ ଅମର

