ବିଶ୍ୱ ନିଅନ୍ତା
ବିଶ୍ୱ ନିଅନ୍ତା
ବିଶ୍ଵକର୍ମା ଦେବ ସାଜି ବୃଦ୍ଧ ଅନନ୍ତ
ଦାରୁରୁ ଗଢ଼ିଲେ ପ୍ରଭୁ ଜଗନ୍ନାଥ ।
ଗଢିବାକୁ ଲୋଡିଲେ ଏକୋଇଶ ଦିନ
ଦ୍ବାର ନ ଖୋଲିବା ସର୍ତ୍ତ ମାନିଲେ ରାଜନ।
ଦେଖି ଗୁଣ୍ଡିଚା ରାଣୀଙ୍କ ଅସ୍ତବ୍ୟସ୍ତ ମନ
ଦ୍ବାର ଖୋଲିଦେଲେ ରାଜା ଇନ୍ଦ୍ରଦ୍ୟୁମ୍ନ।
ବ୍ରହ୍ମ କୁମାର ହୋଇଗଲେ ଅନ୍ତର୍ଦ୍ଧାନ
ଅଧାଗଢା ହୋଇ ରହିଗଲେ ଜନାର୍ଦ୍ଦନ ।।
