ମାଆ
ମାଆ
ଆଉ ଥରେ ନୁହେଁ,
ସହେ ବାର ଶୁଣିଲେ ବି ଏ ମନ ମାନେନା,
ପୁଣି ଆଉ ଥରେ ଶୁଣନ୍ତି କି ମାଆ,
ତୋର ସେହି ଆତ୍ମିୟତାର ସ୍ବର।
ଆକଟ ଅଛି, ସ୍ନେହ ବି ଅଛି, ପ୍ରେମ ବି ଅଛି
ମମତା ଉଦ୍ଭାସିତ- ଅନାବିଳ ବାତ୍ସଲ୍ଯ ପ୍ରେମ-
ପ୍ରୀତିର ମହକ ବିଚ୍ଛୁରିତ- ଅବଦମିତ ଆକର୍ଷଣ-
ଭାଷା ଓ ଶବ୍ଦରେ ଆପଣା ପଣ
କେବଳ ସେହି ସ୍ବର,
ଯେଉଁଠି ଅଛି ପରକୁ ଆପଣାର କରିବାର
ଏକାନ୍ତ ନିଜସ୍ବ ପଣ,
ପୁଣି ଆଉ ଥରେ ଶୁଣନ୍ତି କି ମାଆ,
ତୋର ସେହି ଆତ୍ମୀୟତାର ସ୍ବର।
ମୋତେ ପଢେଇଥିବା "ମାଆ" ଶବ୍ଦ
ଆଜି ଆଧୁନିକତାର ଅବାହାୱାରେ
ମମି, ଡାଡି ରୂପ ନେଇଥିଲେ ବି
ତୋତେ ମାଆ ଡାକିବାର ଆତ୍ମୀୟତା ନାହିଁ।
ତୁ ତ ଜଣେ ଅପାଠୋଇ କିନ୍ତୁ,
ମୋତେ ଏତେ ପାଠ ପଢେଇ କଣ ତୁ ପାଇଲୁ!
ପୁଅ ବହୁତ ପାଠ ପଢିବ, ବହୁତ ପଇସା କମେଇବ,
ବଡ ଚାକିରୀ କରିବ, ଉଡାଜାହାଜରେ ଉଡିବ,
ପାଞ୍ଚ ଲୋକରେ ଜଣେ ଗଣା ହେବ,
ବାପ ମାଆର ନାଁ ରଖିବ .....
ଏଇ ଇଛ୍ଛାରେ ତୁ ସ୍ବପ୍ନ ଦେଖିଛୁ, ନା ଆଉ କିଛି ....???
ତୋ ଇଛାର ମୁଁ ଆଜି ରୂପାନ୍ତର,
ପରିପୂର୍ଣ୍ଣତାର ଉଛ୍ଛାସ,
ତୋ ମନରେ ଉଙ୍କିମାରିଥିବା ସ୍ବପ୍ନର ସାକାର,
କିନ୍ତୁ, ତୁ କଣ ପାଇଲୁ ...???
ଆଉ ମୁଁ ..... ମୁଁ ଗୋଟେ ସ୍ବାର୍ଥପର,
ଦି'ପଇସା କମେଇବା ପାଇଁ
ମୁଁ ଆଜି ମୋତେ ବି ଭୁଲି ଯାଇଛି।
ଆଉ ତୋର ସେ ଆତ୍ମୀୟତାର ସ୍ବର "ବାବୁ"
ତୁ ଡାକିଲେ ବି ମୁଁ ଶୁଣିପାରୁନାହିଁ।
ଦୂରତା ବଢିଯାଇଛି ସତ
କିନ୍ତୁ ଅନ୍ତଃସ୍ୱର ଅନ୍ତର ଆତ୍ମାରେ
ଏତେ ଦୂରେ ଥାଇ ବି ପ୍ରତିଧ୍ବନିତ........!
