STORYMIRROR

Pramodini Parichha

Classics

3  

Pramodini Parichha

Classics

ଭାବରେ ଭାବରେ-୧

ଭାବରେ ଭାବରେ-୧

1 min
107

ଏମନ କାହିଁକି ଝୁରୁଛି ତୋତେ ରେ 

ଏମନ କାହିଁକି ଝୁରୁଛି ତୋତେ

ଶ୍ରୀ ଜଗମୋହନ ହେ ରଙ୍କ ରତନ

ବାର ବାର କାହିଁ ଟାଣୁଛୁ ମୋତେ 

ଏମନ କାହିଁକି ଝୁରୁଛି ତୋତେ...୧


ସଞ୍ଜ ସକାଳରେ ତୋତେନଦେଖିଲେ

ଭିଜି ଯାଏ ଆଖି ଲୁହରେ ସତେ

ଅନ୍ଧର ଲଉଡି ମୋର ଆଶାବାଡି

ପାରିକରି ଦେବୁ ଜୀବନ ଶଗଡ଼ି

ଆସୁପଛେ ଦୁଃଖ ଯେତେ

ଏମନ କାହିଁକି ଝୁରୁଛି ତୋତେ...୨


ସେ ପାରି ଦୁଆରୁ ଆସିଛି ଖବର

କେହି ନୁହେଁ ଏଠି ତୋର ଆପଣାର

ଦିଦିନ ପାଇଁ କି ସଭିଏଁ କୁଣିଆ

ମିଛେ ଖାଲି ଭାବୁ ଏତେ 

ଏମନ କାହିଁକି ଝୁରୁଛି ତୋତେ...୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics