STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ରେଖା ଜୀବନ

ରେଖା ଜୀବନ

1 min
201

ମନ ଭୁଲିଯାଇଛି ଖୁସିରେ ହସିବା

ହଜିଯାଇଛି ଆଖିରୁ ରାତିରାତି ନିଦ

ଜୀବନରୁ ଦୂରେଇ ଯାଇଛି ମୌଳିକ ସୁଖ 

ନିଶ୍ୱାସ ଓ ପ୍ରଶ୍ୱାସ ମଧ୍ଯରେ ଆସିଛି ବିବାଦ

ପ୍ରାଣ ପ୍ରଶ୍ନ କରିଛି ଦେହକୁ ବାରବାର

ଦେହରେ ତୁ ମୋତେ ରଖିପାରିବୁ ତ

କଙ୍କାଳ ପରି ଦେହ କହିଛି ହଁ ନିଶ୍ଚୟ

ଜୀବନ ଓ ଜିଇଁବାର ଦିଶିଛି ପ୍ରଭେଦ ।


ମୁହୁର୍ତ୍ତମୁହୁର୍ତ୍ତ କ୍ଷଣକ୍ଷଣ ରେ ଚାଲିଛି 

ସଂଘର୍ଷ ଉଦ୍ୟମ ପରିଶ୍ରମ ଭିତରେ ସମ୍ବାଦ, 

ପେନସିଲ, କଲମ, ଖାତା, ରବର ଓ କଟର

ଜୀବନ ଗଢିଛି ଛୋଟ କିନ୍ତୁ ବିରାଟ ବହିଟେ

ଦୀର୍ଘ ଦିନର ଲୁହ ଏକାଠି ହୋଇ 

ଦିନେ ବନ୍ୟା ଆସିଛି ଜୀବନେ

ଠିକ୍ ନିଶ୍ୱାସ ଫେରିବା ସମୟର ଶବ୍ଦ

ଜୀଇଁବାକୁ ବାଧ୍ଯ ହୋଇଛି ସେ କଙ୍କାଳ ଶରୀର

ମନର ବିଷାଦ ହଟି ମୁହୁର୍ତ୍ତକ ପାଇଁ ଆଣିଛି ଆନନ୍ଦ ।


ରେଖାର ଜୀବନ ଅବୁଝା ଆନପାଇଁ

କିନ୍ତୁ ସେ ଆମକୁ ବୁଝିଛି ଓ ଆମେ ତାକୁ

କେତେଥର କନ୍ଦାଇଛି, ତକିଆକୁ ଭିଜାଇଛି

ଶେଷରେ ପୂରିଛି ସପନ ତଥାପି ଅଧୁରା 

ଭାଗ୍ୟର ବିଡ଼ମ୍ବନାରୁ

ପୂର୍ବ ଜନମର କରମ ଫଳରୁ

ଏ ରେଖାର ଜୀବନ ଆଜୀବନ ସଂଘର୍ଷମୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract