STORYMIRROR

Mamatamanjari Das

Classics

3  

Mamatamanjari Das

Classics

ଏକ ଅନନ୍ୟ ରଙ୍ଗୀନ ମୁହୂର୍ତ୍ତ

ଏକ ଅନନ୍ୟ ରଙ୍ଗୀନ ମୁହୂର୍ତ୍ତ

1 min
149

ତୁ

ଏମିତି କେଉଁ ମୋହିନୀ ରଙ୍ଗରେ

ମୋତେ ରଙ୍ଗେଇ ଦେଲୁ ଯେ

ବଳବାନ ସମୟଟା ବି

ତା' ପାଖରେ ହାର୍ ମାନିଗଲା

ତୋର' ରଙ୍ଗୀନ ସ୍ପର୍ଶରୁ

ନିଜକୁ ମୁକାଳିବାର ସତଚେଷ୍ଟା

ମୋର ହୋଇଲା ନିସ୍ଫଳ

ସାତରଙ୍ଗେ ଭରା ଏହି ରଙ୍ଗୀନ ମନଟା

ସବୁବେଳେ ଖୋଜୁଥିଲା

ଟିକିଏ ଝଲକକୁ ତୋର

ମୁଁ ବି ସମୟର ସାଥିରେ ଧାଇଁ ଧାଇଁ

ତତେ' କରିନେଲି ନିଜଠୁ ଆହୁରି ନିଜର

ଭୁଲିଗଲି ନିଜର ଅସ୍ମିତା

ଭୁଲିଗଲି ଏ ସଂସାର ର

ସବୁ ମୋହ ମାୟା ବନ୍ଧନ

ଭୁଲିଲି ନିଜର କହୁଥିବା ଆତ୍ମ ସ୍ୱଜନ

ପଛରେ ମଥାପିଟୁଥିଲା ସମୟ

ମୁଁ କିନ୍ତୁ ମସଗୁଲ ଥିଲି

ତୋର' ନାଲି ,ନେଳି ,ହଳଦୀର

ସାତରଙ୍ଗର ମୋହରେ

ଦେଖୁନୁ ସେଥିପାଇଁ ନିତି

ନାନା ରଙ୍ଗର ଫୁଲରେ

ମୋ ଚାଙ୍ଗୁଡା ସଜାଉ ଥିଲି

ତୋ ' ମନଲାଖି ତୁଳସୀ ଫୁଲ ଦେଇ

ମାଳା ଗୁନ୍ଥୁ ଥିଲି

ପବନର ସୁରିଲା ସ୍ୱରରେ

ତୋର ସାତରଙ୍ଗର ବାସ୍ନା

ମୋତେ ବିଘଳିତ କରୁଥିଲା

ଠିକ୍ ଯେପରି ବତୁରା ମାଟି ପରି

ତୋର ଆତ୍ମୀୟତା

ଛୁଇଁଯାଉଥିଲା ମନ ଓ ଶରୀର

ଭାଙ୍ଗି ଯାଇଥିବା ବିଶ୍ୱାସ ଗୁଡା

ପୁଣି ଜମାଟ ବାନ୍ଧୁଥିଲା ମୋ ଆତ୍ମାରେ

ସମୟକୁ କହିଦେଲି

ତୁ ଫେରିଯା ,

ମୁଁ ଆଉ ବନ୍ଧା ହେବିନି

କେଉଁ ମୋହ ରଜ୍ଜୁରେ

ଆଜି ମୁଁ ଖୋଜି ପାଇଛି

ଅନନ୍ୟ ଏକ ରଙ୍ଗୀନ ମୁହୂର୍ତ୍ତ

ତାରି ରଙ୍ଗରେ ମୁଁ ହଜିବାକୁ ଚାହେଁ

ଜୀବନର ବାକି ଥିବା ସମୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics