STORYMIRROR

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ଶାନ୍ତି ମୈତ୍ରୀର ସଂଗୀତ

ଶାନ୍ତି ମୈତ୍ରୀର ସଂଗୀତ

1 min
174


ଶାନ୍ତି ମୈତ୍ରୀର ସଂଗୀତ ଗାଏ ମୋ ଦେଶ ଭାରତ

     ସଂସ୍କୃତି ସଭ୍ୟତା ଆମ ପରା ମହାନ

ଅଂହିସା ଆମର ମନ୍ତ୍ର  ଧନ୍ୟ ଆମ ଦେଶ ତନ୍ତ୍ର

     ଭିନ୍ନତା ମଧ୍ୟରେ ଦେଖ ଏକତା ଜାଣ

     ମାତୃଭୂମି ଆମ ଭାରତ

     ବନ୍ଦନା କରୁଛୁ ମାଗୋ ଗାଇ ସଂଗୀତ l


ସତ୍ୟ ଶାନ୍ତି ବିଶ୍ୱାସରେ  ଧ୍ୟାନ ଥାଏ ନିରନ୍ତରେ

      ବସୁଧୈବ କୁଟୁମ୍ବକ° ତାର ପ୍ରକୃତି

ପରୋପକାର ସ୍ବର୍ଗାୟ   ସର୍ବଜନ ଯେ ସୁଖାୟ

      ଆଦର୍ଶ ନୀତିରେ ଦେଶ କରେ ପ୍ରଗତି

      ଅମୃତ ସନ୍ତାନ ହୋଇଣ

      ରଖିବା ଦେଶର ନାମ ଦେଇ ସମ୍ମାନ l


ସ୍ୱାଧୀନ ଆମର ଦେଶ   ପୂର୍ତ୍ତି ପଞ୍ଚସ୍ତରୀ ବର୍ଷ

     ଉତ୍ସବ ଗରବେ ପାଳେ ଭଉଣୀ ଭାଇ 

ପରାଧୀନ ପରାହତ   ସ୍ୱାଧୀନକୁ ସୁସ୍ୱାଗତ

     ସ୍ମୃତିକୁ ଚାରଣ କରୁ କୀର୍ତ୍ତିକୁ ଗାଇ

     ତ୍ରିରଙ୍ଗାକୁ ହସ୍ତେ ଧରିଣ

     ଜୟ ହିନ୍ଦ ଜୟ କହୁ ଧ୍ଵନି ଦେଇଣ l


ଯୁଦ୍ଧ ବୀଭିଷିକା ଦେଖ  ଆସିଯିବ ମନେ ଦୁଃଖ

     ଅସ୍ତ୍ର ଶସ୍ତ୍ର ବୋମା ବାଣେ ବିଶ୍ୱ ଅସ୍ଥିର

ଖାଦ୍ୟ ବସ୍ତ୍ର କରି ଦାନ  ଔଷଧକୁ ଦେଇ ଜାଣ 

     ଶାନ୍ତିର ବାରତା ଦେଶ କରେ ପ୍ରଚାର

     ପବିତ୍ର ଦେଶ ମୋ ଭାରତ

     ତାହାରି ସନ୍ତାନ ରୂପେ ଆମେ ଗର୍ବିତ l


ପାହାଡ଼ ଝରଣା ନଈ    ଗଛ ଲତା ବନଭୂଇଁ

      ଦେଵତ୍ବ ଦର୍ଶନ ମିଳେ ଜଡ଼ ଜୀବନେ

ସେହି ମୋ ଭାରତ ଭୂମି    ଈଶ୍ୱରଙ୍କ ପ୍ରିୟ ଭୂମି

      ସତ୍ୟ ଶାନ୍ତି ମୈତ୍ରୀ ଦେଶ ସାରା ଭୁବନେ 

      ଶାନ୍ତିର ସାରଥୀ ହୋଇଣ

      ବିଶ୍ୱଜୟୀ ହେବୁ ନିଶ୍ଚେ ସତ୍ୟ ବାଣ୍ଟିଣ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics