ସ୍ୱାଧୀନତା ଦିବସ
ସ୍ୱାଧୀନତା ଦିବସ
ସ୍ୱାଧୀନତାର ପାଞ୍ଚସ୍ତରୀ ବରଷରେ
ଶପଥ ନେବା ଭାରତବାସୀ!
ଶିକ୍ଷା, ସଂସ୍କୃତି, ଜ୍ଞାନ, ବିଜ୍ଞାନ, କୃଷି
ଦେଶେ ହିତେ କରିକାମ ରଖିବା ସୁନାମ !
ଜାତି, ଧର୍ମ ମିଶି ଦେଶେ ହିତେ ମିଟାଇ ସକଳ କଳି
ଦେଶ ମଂଗଳେ କାମ, ଅଟେ ଆମରି ବାର୍ତ୍ତା !
ନ ସହିବା ଲାଞ୍ଚନା ଓ ଅପମାନ
ସ୍ୱାଧୀନତାର ଅର୍ଥ ନୁହଁ ଶାସକର ଗୁଣ ଗାନ !
ସ୍ୱାଧୀନତାର ଅର୍ଥ ଭୋକିଲା ପେଟରେ ଭାତ
ଶୋଷିତର ଆଶା ଓ ଗରିବର ଭରୋସା !
ଫାଶି ଖୁଣ୍ଟେ, କରାଗାରେ ଶୂଳିରେ, ଗୁଳିରେ
ଯୁଗେ ଯୁଗେ କାଳେ କାଳେ ପ୍ରତିଟି ଅନ୍ତର ତଳେ !
ସ୍ୱାଧୀନତା ମୃତ୍ୟୁକୁ ଅମୃତ କରେ
କାଳେ କାଳେ ଗାଇଯାଏ ଅମୃତ ସଙ୍ଗୀତ !
ସ୍ୱାଧୀନତା ଅର୍ଥ ନୁହଁ ତିଳେ ତିଳେ ମୃତ୍ୟୁ
ଆଉ ପ୍ରାଣ ଭରା ଭୟର ରାଜୁତି !
ସ୍ୱାଧୀନତା ଏକ ଅନୁଭବ, ମଧୁମୟ ଜୀବନର ସ୍ୱାଦ
ସ୍ୱାଧୀନତା ଖୁଦିରାମ ରକ୍ତର ଚନ୍ଦନ !
ସ୍ୱାଧୀନତା ରକ୍ତ ତିର୍ଥ ଜାଲିଆବାଗ
ସ୍ୱାଧୀନତା ସଂଗ୍ରାମିଙ୍କ ରକ୍ତ ଭିଜା ମାଟି !
ସ୍ୱାଧୀନତା ଗାନ୍ଧିଜୀଙ୍କ ଦାଣ୍ଡି ଅଭିଯାନ
ସୁବାଷ ବୋଷଙ୍କର ଦିଲ୍ଲୀ ଚଲୋ ଡାକ !
ସ୍ୱାଧୀନତା ବିପ୍ଳବର ଖର ଅଗ୍ନି କଣା
ବକ୍ସି ପାଟଶାଣିଙ୍କ ଆନ୍ଦୋଳନ!
ସ୍ୱାଧୀନତାରେ ବୀର ସୁରେନ୍ଦ୍ର ସାଏଙ୍କ ଖଡ୍ଗ
ବିଦ୍ରୋହ ଜୟ ରାଜଗୁରୁଙ୍କ ବିଦ୍ରୋହ ଘଟଣା !
ସ୍ୱାଧୀନତାରେ ବିର୍ସା ମୁଣ୍ଡାଙ୍କର ଆଗ୍ନେୟ ଶପଥ
ଭାରତମାତାର ସୁପୁତ୍ର ମାନଙ୍କର ବିରତ୍ୱର ଗାଥା !
