STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ଅଦମ୍ୟ ସତ୍ଯ

ଅଦମ୍ୟ ସତ୍ଯ

1 min
143

ବେଳେବେଳେ ଭୀତତ୍ରସ୍ତ ମନ ବିବେକ ଭିତରେ

ଜାତ ହୁଏ ଭୟକୁ ବିନାଶ କରିବାର ବିଜୟ ମନ୍ତ୍ର

ବେଳେବେଳେ ଅହଂକାରୀ ମିଥ୍ଯା ଚିତ୍କାର କରି

ବିଶ୍ୱବିଜୟୀ ବୋଲି କହୁଥିବା ଭିତରେ ନଷ୍ଟ ହେବ ବୁଦ୍ଧିଯନ୍ତ୍ର ।


ସତ୍ଯ ସୂର୍ଯ୍ୟ, ଚନ୍ଦ୍ର, ଗଗନ, ମାଟି, ଗିରି ଓ ବନ

କୃତ୍ରିମ ଶକ୍ତି, କ୍ଷମତା, ପ୍ରଭାବକୁ ନିମିଷେ ଦେବ ଚିରି

ଶାଶ୍ୱତ ଅମର ଅସୀମ ମହାଶକ୍ତି ପାତାଳୁ ଉଠିବ

ମିଛର ରାଜୁତି ମୁହୁର୍ତ୍ତେ, କ୍ଷଣରେ ଯିବ ନିଶ୍ଚେ ହାରି ।


ତୁ ଦମ୍ଭ କର ନିଜକୁ ଆକାଶପରି ହେବୁ ବିଶାଳ

ମହାସାଗରର ଶାନ୍ତପଣ ନେଇ ଦିନେ ଆଣିବୁ ସୁନାମୀ

ଥରହର ହେବ ଅନ୍ୟାୟ, ଅନୀତିର ନଭଶ୍ଚୁମ୍ଭୀ ଅଟ୍ଟାଳିକା

ନତମସ୍ତକ ହୋଇ ପରାସ୍ତ ହେବ ମିଥ୍ଯା ଯେତେ ବେନାମୀ ।


ସତ୍ଯ ଅଦମ୍ୟ, ଅବିନାଶୀ, ଅବିଚଳିତ, ଅମର 

ଅଧର୍ମର ଶବ୍ଦଶକ୍ତି ଦିନେ ନିଶ୍ଚେ ଥମିଯିବ ନାଶହେବ

ବିଷ୍ଣୁଙ୍କ ସୁଦର୍ଶନେ ଘୁରିବେ ସବୁ ବ୍ରହ୍ମାଙ୍କ କଥାରେ ମରିବେ

ଧ୍ୱସିଂବେ ମିଥ୍ଯାର ଜଗତ ଅଂଶ ମହାଶକ୍ତି ସ୍ୱୟଂଶିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract