ଅଦମ୍ୟ ସତ୍ଯ
ଅଦମ୍ୟ ସତ୍ଯ
ବେଳେବେଳେ ଭୀତତ୍ରସ୍ତ ମନ ବିବେକ ଭିତରେ
ଜାତ ହୁଏ ଭୟକୁ ବିନାଶ କରିବାର ବିଜୟ ମନ୍ତ୍ର
ବେଳେବେଳେ ଅହଂକାରୀ ମିଥ୍ଯା ଚିତ୍କାର କରି
ବିଶ୍ୱବିଜୟୀ ବୋଲି କହୁଥିବା ଭିତରେ ନଷ୍ଟ ହେବ ବୁଦ୍ଧିଯନ୍ତ୍ର ।
ସତ୍ଯ ସୂର୍ଯ୍ୟ, ଚନ୍ଦ୍ର, ଗଗନ, ମାଟି, ଗିରି ଓ ବନ
କୃତ୍ରିମ ଶକ୍ତି, କ୍ଷମତା, ପ୍ରଭାବକୁ ନିମିଷେ ଦେବ ଚିରି
ଶାଶ୍ୱତ ଅମର ଅସୀମ ମହାଶକ୍ତି ପାତାଳୁ ଉଠିବ
ମିଛର ରାଜୁତି ମୁହୁର୍ତ୍ତେ, କ୍ଷଣରେ ଯିବ ନିଶ୍ଚେ ହାରି ।
ତୁ ଦମ୍ଭ କର ନିଜକୁ ଆକାଶପରି ହେବୁ ବିଶାଳ
ମହାସାଗରର ଶାନ୍ତପଣ ନେଇ ଦିନେ ଆଣିବୁ ସୁନାମୀ
ଥରହର ହେବ ଅନ୍ୟାୟ, ଅନୀତିର ନଭଶ୍ଚୁମ୍ଭୀ ଅଟ୍ଟାଳିକା
ନତମସ୍ତକ ହୋଇ ପରାସ୍ତ ହେବ ମିଥ୍ଯା ଯେତେ ବେନାମୀ ।
ସତ୍ଯ ଅଦମ୍ୟ, ଅବିନାଶୀ, ଅବିଚଳିତ, ଅମର
ଅଧର୍ମର ଶବ୍ଦଶକ୍ତି ଦିନେ ନିଶ୍ଚେ ଥମିଯିବ ନାଶହେବ
ବିଷ୍ଣୁଙ୍କ ସୁଦର୍ଶନେ ଘୁରିବେ ସବୁ ବ୍ରହ୍ମାଙ୍କ କଥାରେ ମରିବେ
ଧ୍ୱସିଂବେ ମିଥ୍ଯାର ଜଗତ ଅଂଶ ମହାଶକ୍ତି ସ୍ୱୟଂଶିବ।