STORYMIRROR

Amit Bal

Classics Inspirational Others

3  

Amit Bal

Classics Inspirational Others

କୋଟି ନମନ

କୋଟି ନମନ

1 min
205


ସୀମା ମଧ୍ୟରେ ଜଗି ରହିଛନ୍ତି 

ଏ ଦେଶର ଯେତେ ବୀର ଯବାନ

ସଭିଏଁ ଆମର ସାଥୀ ସହୋଦର

ତାଙ୍କୁ ଆଜି ଦିନେ କୋଟି ନମନ,


ତ୍ରିରଙ୍ଗା ସୁରକ୍ଷା ଦାୟିତ୍ଵ ତାଙ୍କର

ଆମ ଦାୟିତ୍ବ ତାଙ୍କ ପରିବାର

ସେମାନେ ସଜାଗ ନିଜ କର୍ମ ପଥେ

ଆମେ ଛିଡ଼ା ହେବା ତାଙ୍କରି ସ୍ବାର୍ଥେ,


ଦେଶ ଭକ୍ତି ତାଙ୍କ ରୁଧିରେ ବହୁଛି

ବଳିଦାନୀ ବୋଲି ସମୟ କହୁଛି

ଇତିହାସ ସାକ୍ଷୀ ତାଙ୍କ ବୀରତ୍ବର

କାଳକ୍ରମେ କେତେ ପ୍ରମାଣ ରହିଛି,


ଆଜିର ଦିନରେ ଶପଥ କରିବା

ଉନ୍ନତି ପଥରେ ଦେଶକୁ ନେବା

ସାରା ବିଶ୍ବରେ ତ୍ରିରଙ୍ଗା ନାମ

ସ୍ବର୍ଣ୍ଣ ଅକ୍ଷରେ ଲିପିବଦ୍ଧ କରିବା ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics