STORYMIRROR

Badriprasad sahu

Classics Others

3  

Badriprasad sahu

Classics Others

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
200

  


ଆସିଛି ଆଜିରେ ରକ୍ଷାବନ୍ଧନ

 ଭାଇ ଭଉଣୀଙ୍କ ସ୍ନେହ ବନ୍ଧନ

ସୁତା ଅନୁପମ ସ୍ନେହର ଡୋରି

 ଭାଇ ହାତରେ ବାନ୍ଧେ ଭଉଣୀ

ଗହ୍ମାପୂର୍ଣ୍ଣିମା ଅଟଇ ଆଜି

 ବଳଦେବଙ୍କର ଜନମ ତିଥି

ଗୋମାତା ପୂଜିବା ଆଜିରେ ସଭି

 ହଳଲଙ୍ଗଳକୁ ସାଇତି ରଖି

ପୁରାଣ ବର୍ଣ୍ଣିତ କୃଷ୍ଣ ଦୌପ୍ରତି କଥା

  ଜାଣିଛି ଆଜିରେ ସାରା ଦୁନିଆ

 କହିଥିଲେ ସଖା ଭଉଣୀଟେ ଭାବି 

  କରୁଥିବ ମତେ ସବୁ ବିପତ୍ତରୁ ରକ୍ଷା

ରାଜା ମହାରାଜାଙ୍କ କାହାଣୀ ଆଉ

 ସାକ୍ଷୀଅଛି ଇତିହାସ ରାକ୍ଷୀବନ୍ଧନର

 ବଳି ରାଜାଙ୍କ ଠାରୁ ଆକବର ଯାଏ

ସଭିଏ ବନ୍ଧା ଏହି ରାକ୍ଷୀର ଡୋରରେ

 ରାକ୍ଷୀର ମୂଲ୍ୟ ଅଟେ ଅତୁଳନୟ

ଭାଇ ହାତେ ଭଉଣୀ ବାନ୍ଧେ

 ସ୍ନେହ ଡୋରି ବନ୍ଧା ଏହି ପର୍ବ

ଆସିଛି ଆଜିରେ ରକ୍ଷାବନ୍ଧନ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics