ଝରକା ସେପାଖେ
ଝରକା ସେପାଖେ
ମୋ ଝରକା ସେପଟ
ଅଛି ମୋ ପ୍ରିୟାର ଉଆସ
ନୀତି ରହି ଝରକା ଫାଙ୍କରେ
ଜଗି ଥାଏ ପ୍ରିୟା ଆସିବା ବାଟ ।
ଚଗଲି ପ୍ରିୟାକୁ ଦେଖିବ। ପାଇଟି
ମୋ ଝରକା ସେ ପଟେ ରହି ଅନାଇ
ପ୍ରିୟାର ହସରେ କିବା ଅଛି ଯାଦୁ
ପାଗଳ ମନକୁ ମୋର କରିଦେଲା କାବୁ ।
ଝରକା ସେ ପାଖେ ବସିଅଛି ପ୍ରିୟା
ଯେତେ ଦେଖୁଥିଲେ ଲାଗେ ନୂଆନୂଆ
ହାତଠାରି ଡାକିଲା କି ସତେ
ଚାଲିଗଳି ମୁଁ ଝରକା ପାଖକୁ ।
କବାଟ ଖୋଲିକି ପାଖକୁ ଯେ ଗଲି
ପ୍ରିୟା ପ୍ରିୟା ବୋଲି ସମ୍ବୋଧନ କଲି
ହସିଦେଇ ପ୍ରିୟା ଗଲା କାହିଁ ଚାଲି
ଡାକିଲେ ବି ଟିକେ ଶୁଣିଲା ତ ନାହିଁ ।
ଏତିକି ବେଳକୁ ବହିଲ ସମୀର
ବାଦଲ ଆସିଲାକି ମାଡ଼ି
ସପ୍ନ ଗଲା ଭାଙ୍ଗି ଝରକା ପାଖରେ
ପ୍ରିୟା ଘର ଦେଖି ଦେଖି ।
ଝରକା କବାଟ ହୁଅଇ ବାଡାଇ
ସତେ କିବା ଝଡ଼ ବହିଲା ପରି
ପ୍ରିୟା କଥା ସପନ ଥିଲାବୋଲି
ଝରକା ବନ୍ଦ କରି ଚାଲି ଆସିଲି ।