Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Badriprasad sahu

Others

4  

Badriprasad sahu

Others

ବାତ୍ୟା

ବାତ୍ୟା

1 min
415


ଦାନା ବାନ୍ଧୁଅଛି ଆଉଏକ ବାତ୍ୟା

  ନାମଟି ତାହାର ଆସାନି

  ବଙ୍ଗୋପସାଗରୁ ମାଡ଼ି ଆସୁଅଛି

  ନିକୋବର ଦ୍ଵୀପୁ ହୋଇ ବାହାର ।


ଗତିପଥ ତାର ଜଣାପଡୁ ନାହିଁ

  ପାଣିପାଗ ବିଭାଗ ବେହାଲ୍

  ଦୂରଦର୍ଶନେ ପ୍ରଚାର କଲେଣି

  ଜନତା ହୁଏ ସାବଧାନ ।


ଓଡ଼ିଶାକୁ ଭାବି ନିଜ ମାମୁଁଘର

  ବାତ୍ୟା ଆସେ ନିତି ମାଡି  

  ପ୍ରତିବର୍ଷ ଆସି ଓଡ଼ିଶାରେ ପଶି

  ଭାଙ୍ଗିଦିଏ ସବୁ ହସଖୁସି ।


ବାତ୍ୟା ଆସୁଅଛି ବଙ୍ଗୋପ ବକ୍ଷରୁ

  ଦାରୁଣର ଦୁଃଖ ନେଇ ଭେଟି

  ଓଡ଼ିଶାରେ ଦେଇ ବାତ୍ୟା ନିଜ ଭେଟି

  ଚାଲିଯିବ ବଙ୍ଗରାଜ୍ୟ ହସି ହସି ।


ଉଜାଡିଦେବ ଚାଷକ୍ଷେତ୍ର ବାତ୍ୟା

  ଚାଷୀ ହେବେ ହନ୍ତସନ୍ତ

  ବୃକ୍ଷ ତରୁଲତା ଉତ୍ପାଟନ କରି

  ଜଙ୍ଗଲ ର କରିବ ସର୍ବନାଶ ।


  ଅଶାନ୍ତ ହେଉଛି ସାଗର ତଟ

  ପବନ ର ବେଗ ଯାଏ ବଢ଼ି

  ଲଘୁଚାପ ଯୋଗୁଁ ବାଦଲ ଘୋଟିଛି

  କଳା ଆସ୍ତାରଣ ଢାକୁଣୀ ଧରି ।


ବିଜୁଳି ଖୁଣ୍ଟକୁ ଟଲାଇ ଦେବ ସେ

  ଅନ୍ଧାରରେ କଟିବ ରାତ୍ରି 

  ତେଣୁ ମହମବତୀ ଆଣିଛି

  ତାସଙ୍ଗେ ପୁଣି ଦିଆସିଲି ।


ଓଡ଼ିଶା ରାଇଜେ କୋରନା ମାତିଛି

  କୋକୁଆ ରୂପେ ଅବତରି

  ମୁଖ୍ୟମନ୍ତ୍ରୀଙ୍କର ରଣନୀତି ଦେଖି

  ଆସାନୀ ଯିବ କି ପଳାଇ ।


Rate this content
Log in