STORYMIRROR

Badriprasad sahu

Others

3  

Badriprasad sahu

Others

ଦାଦନର ଶେଷ ପଦ

ଦାଦନର ଶେଷ ପଦ

1 min
175

"ଦାଦନ ଖଟି ଆସିଛି ମୁଁହି

 କୁଟୁମ୍ବ କୁ ମୋର ପୋଷିବା ପାଇଁ

 ଦାଦନ ଖଟୁଛି ସୁରତ ଯାଇ

 ଘର ପରିବାର ଛାଡ଼ିକି ମୁଁହି

 ରୋଜଗାର ପାଇଁ ଆସିଛି ଧାଇ

 ଓଡିଶାରେ ନାହିଁ ନିଯୁକ୍ତି ବୋଲି

 ଦାଦନ ଶ୍ରମିକ ହେଲିରେ ଭାଇ

 ପାଠ ପଢିଥିଲି ଗ୍ରଜୁଏସନ୍

 ବାପା ଦେଖିଥିଲେ କେତେ ସପନ

 କବୀନ ବାବୁଙ୍କୁ ଭୋଟ ଦେଇ

 ବେକାରୀ କରିଲେ ସେ ଆମକୁ ଭାଇ

 କହିଥିଲେ ବାବୁ ଓଡ଼ିଶା ୧ ନମ୍ବର

 ବେକାରୀରେ କଲେ ସପନ ସାକାର

 କୋରନା କାଳରେ ସୁରତ ମୁଁହି

 ଦାରୁଣ ଦୁଃଖ ଭୋଗୁଛି ମୁଁହି

 ସଂକ୍ରମଣ ଏବେ ସାରା ସହର

 ଚଳାଚଳ ବନ୍ଦ ଯାନବାହାନ

 ଦାଦନ ଖଟି ମୁଁ ଆସି ସୁରତ

 ପାରୁ ନାହିଁ ଯାଇ ଓଡିଶା କୁ ମୋର

 କୋରନା କାଳରେ ମୋର ଶେଷପଦ

 ସୁରକ୍ଷିତ ଥାଉ ମୋର ଉତ୍କଳ ରାଇଜ

 ରକ୍ଷାକର ଆହେ ପ୍ରଭୁ ଜଗନ୍ନାଥ ""


        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍