STORYMIRROR

Debadatta Pradhan

Classics

3  

Debadatta Pradhan

Classics

ଜୟ ହିନ୍ଦ୍ ଜୟ ଭାରତ

ଜୟ ହିନ୍ଦ୍ ଜୟ ଭାରତ

1 min
178


ଆମେ ହି ନ୍ଦୁସ୍ଥାନୀ ନୋହୁ ବେଇମାନୀ

ଗୁଳିର ଜବାବ ଦେବାକୁ ଭୂଲେନି

ଆମକୁ ପୁରୁଣା ଆମରି ଠିକଣା

  ନୂଆ ପୁରୁଣାର କାହାଣୀ।

କର୍ପୁର ଯାଇଛି କନା ପଡିଅଛି

ଛପର ଉଡିଛି କେତେ

ଫିରିଙ୍ଗୀ ସେନାନୀ କାଟିଛି ବନାନୀ

ସଂପଦ ଲୁଟିଛି ଯେତେ

ଏଇ ସେ ଭାରତ ଭରିଛି ମରତ

       ପରତେ ନ,ଯାଏ ଚାହାଁଣୀ।

ରକ୍ତରେ ଗୋଳେଇ ଧୂଳିରେ ଫଳଇ

ସୁନାର ଫସଲ ସତେ

ସୁଜଳା ସୁଫଳା ଆମ ବର୍ଣ୍ଣମାଳା

ବେଦରେ ଲେଖିଛି ଗୀତେ

ଅତିଥୀ ଆମର ସ୍ନେହ ମମତାର

ସାରଥୀ ସାଜିଛି ଜନନୀ।

କବୀର ନାନକ ଗୈାତ୍ତମ ସନକ

ଚଇତନ-ଅଭିରାମ

ଗାନ୍ଧୀ ଗୋପବନ୍ଧୁ ପଞ୍ଚସଖା ସିନ୍ଧୁ

ଦେଲେ ଅମର ସ୍ଲୋଗାନ

ଅମର ଉର୍ଜ୍ଜାର ମନ୍ଦିର ଗୀର୍ଜାର

        ଉଡୁଛି ପତିତ ପାବନୀ।

ଅମୃତ ଭଣ୍ଡାର ଭାରତୀ ମାତାର

ସପ୍ତସିନ୍ଧୁ ଆଜ୍ଞାକାରୀ

ଦଶଦିଗ ପାଳ ସରଗ କାଶ୍ମିର

ଅଖଣ୍ଡ ଭାରତ ହୁରି

ବିଶ୍ବ ବୁକୁ ଚିରି ଉଦୟ ଯାହାରି

         ଗାଉଛି ପୂର୍ବଜ ଜୀବନୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics