STORYMIRROR

Debadatta Pradhan

Others

3  

Debadatta Pradhan

Others

ଜୀବନ,ମରଣ ଓ ମଝିର ସମୟର ବ୍ୟବଧାନ

ଜୀବନ,ମରଣ ଓ ମଝିର ସମୟର ବ୍ୟବଧାନ

1 min
137

ଯାଇଥିଲି ଦିନେ ଜୀବନ ନଈକୁ

ଜୀବନ ମରଣ ଓ ମଝିର ସମୟର ବ୍ୟବଧାନକୁ ନେଇ

ଉଙ୍କୁରିଥିବା ଭାବୋଦ୍ଦୀପକ ହେଲା-ନିଅଣ୍ଟ କଣ୍ଟ।।

ଯାଇଥିଲି ଦିନେ ଜୀବନ ନଈକୁ

ଛୁଇଁଦେଲି ଯଉବନ ପଠା

ଚହଲା ବୟସ କୋହଲା ନିଃଶ୍ୱାସ

କହିଗଲା କାନେକାନେ ମିଠା।

ବହଳ ରାତିର ଗହଳ ଛାତିରେ

ଫୁଟିଗଲା କେତେକେତେ କଣ୍ଟା।।

 

ଚଉବନ ଘାଟେ ଉପବନ ବାଟେ

ସପନର ତୁଠେ ଚଢିଗଲା

କେତେ ଅଭିମାନ ଅଭିନୟ ମାନ

ଦୁଃଖସୁଖ ଡେଣା ଛିଣ୍ଡିଗଲା

ଦେଖୁଦେଖୁ ବେଳ ହୋଇଲା ଅବେଳ

ପାଦଛନ୍ଦି ଦେଲା ନିଜ ମଠା।।


ଘନୁଆ ଶୀତରେ ଛାନିଆ ହେଲି ମୁଁ

ଫୁଲ କନିଆଁର ଅନୁଚିନ୍ତା

ରୂପ ତାରକସି ରୂପା ଶଗଡିରେ

ଚୋପାପରି ଝଡେ ଅଭିନେତା

ଅହଂକାର ଶିଳା ଦୁହିଁଙ୍କର ଲୀଳା

ଭୟଙ୍କର ଲାଗେ ହାତମୁଠା।।


ଭାଗ୍ୟର କଉଡି ଚଉପାଲେ ଗଡି

ବଢିପାଣି ସବୁ ପିଇଯାଏ

ସଞ୍ଜରୁ ସକାଳ ସକାଳରୁ ସଞ୍ଜ

କୂଳଛୁଇଁ କିଏ ଫେରିଯାଏ

ଏଇତ ଜୀବନ ନୂଆ ପୂରାତନ

ଧୂଳିଝଡ ପରି ପ୍ରାଣ ପୃଷ୍ଠା।।

ଜ ୟ ଜ ଗ ନ୍ନା ଥ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍