STORYMIRROR

Debadatta Pradhan

Others

4  

Debadatta Pradhan

Others

ସହରୀ ସପନ

ସହରୀ ସପନ

1 min
222


ସହରୀ ସପନ ନିଆରା ଲେପନ କୁଆଁରୀ ପରଶ ପାଇ

ଗାଉଁଲିରଚାଲି ବେଳୁବେଳ ଭୁଲି ସଫରୀ ଫର୍ଫରୀ ହୋଇ।।

କଅଁଳ ବୟସ କଅଁଳିଆ ଘାସ ସଡସଡ ପଚାସଢା

ମାଟି ମଟାଳର ଚଟାଣ ଚଟାର ମନେ ନାହିଁ ଦରଗଢା।।

ବୋଉହାତ ରନ୍ଧା ପଡିଲାଣି ବନ୍ଧା ଶାଳୀ ମାଇପର ଗନ୍ଧେ

ସହରୀ ଫେସନ କିଣିଲେ ଆସନ ସୋଫା ରେଜେଇର ଛନ୍ଦେ।।

ପଦୁଁଅ ପୋଖରୀ ଜଳର ଭଉଁରୀ ଭଲଲାଗୁନାହିଁ ଆଉ

ସାଓ୍ବାର ପାଣିର ଟାଓ୍ବାର ଠାଣିର କାହାଣୀ କି,ଦାଉଦାଉ।।

ଗାଁ,ମଜିଲିସ୍ ଚାରିଶ ବିସ୍ ଯେ ଚାଟଶାଳୀ ପାଠ ଗଲା

ଇଂରାଜୀ ବଖାଣି ସତରଞ୍ଜି କିଣି କିରାଣୀ ଚାକିରୀ କଲା।।

ଦେଖ ଯୁବପିଢୀ ଉଛୁଳାର ବଢି,ବଢିଛି ହାଏ ବାଏରେ

ସହରାଭିମୁଖୀ ସୈାଖୀନ ପରଖି ନ,ରଖିଲେ ମାନ ତା,ରେ।।

ଭାଗବତ ଟୁଙ୍ଗୀ ଗଲାଣି,ତ ଭାଙ୍ଗି ରଙ୍ଗେଇ ରଙ୍ଗିଲା ମନ

ଚୂଲିଜାଳ ଛାଡି ଗ୍ୟାସକୁ ଜାବୁଡି ନାଚି ମରନ୍ତି ଉଛନ୍ନ।।

ନାଲି ନେଳିବତୀ ଜାଳି କଲେ ପ୍ରୀତି ଚଢିଲେ ଦିବା ଶର୍ବରୀ

ଉର୍ବିରେ ନାହାଁନ୍ତି ମୋପରି କାହାଁନ୍ତି? ଦିବସେ ପ୍ରୀତି ଆଦରି।।

ବିଦେଶୀ ବାବୁର ଗୁଆଁର କୁମ୍ଭୀର କାନ୍ଦଣା ଶୁଣନ୍ତୁ ଏବେ

ଆମେରିକା ଏବେ ଛଟେଇ କରିଛି କୁନ୍ଥାଇ କାନ୍ଦୁଛି ଯୁବେ।।

ଏଇତ ସପନ ମାଆ ବାପା ହୀନ ଅତର ବତୁରା ଗଲା

ଗାଆଁ ଡାହାଣିଆଁ ଖାଲି ଖାଆଁଖାଆଁ ହାତଠାରି ଡାକୁଥିଲା।।

ମୋ,ଗାଆଁ ମଶାଣୀ ପକାଇ ନିଶୁଣୀ ଡାକୁଛି ସହରୀ ବାବୁ

ଅଚିହ୍ନା ରୋଗକୁ ଅଚାନକ ଜାକୁ ଅଳ୍ପାୟୁଷେ ଚାଲ୍ ଯିବୁ।।

ସହରୀ ସପନ ଜରାଶ୍ରମ ଜ୍ଞାନ ଭାରାକ୍ରାନ୍ତ କରେ ପ୍ରାଣ

ଯେତେ ଖୋଜିହେଲେ ବୟସ ସରିଲେ ନ,ଫେରିବ ସେ ସୁ-ଦିନ।।

ମୁହଁକୁ ବୁଲାଇ ଆସ ହେ ଓହ୍ଲାଇ ଘର ବାହୁଡାବିଜୟ

ବୈକୁଣ୍ଠ ସମାନ ଗ୍ରାମ୍ୟ ସମ୍ବିଧାନ ସହରୀ ସପନ କ୍ଷୟ।।

ଅମୃତ ଜୀବନ ନିବୃତ୍ତ ହବନ ଗାଆଁ ମହୋତ୍ସବ ସାର

ପରିବାର ସିନା ମରିବାର ପାଇଁ ଜାଗ୍ରତ ହେବା ଅସାର।।

ଗାଉଁଲି ମଣିଷ କୋଇଲି ପରଶ ଛାଉଲି ନାଉଲି କଥା

ମନେପକା ଥରେ କାଆକାଆ ସୁରେ ଡାକେ କିଏ ଶୁଭବାର୍ତ୍ତା।।

ଉଠିଆସ ବେଗେ ହଳଧରି ସଙ୍ଗେ ଚଷିବା କ୍ଷତ ଆମର

ସରଗଠୁ ବଳୀ ବାଲ୍ୟ ଅରଦଳି ମିଳିମିଶି ଚଳ ନର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍