STORYMIRROR

Debadatta Pradhan

Tragedy

3  

Debadatta Pradhan

Tragedy

ହେ ଶୀତ

ହେ ଶୀତ

1 min
145


ଶୀତ ତୁମେ ଆସ ସକାଳର ରକ୍ତିମା ଓଠରେ

ସୁନାଝରା ପଉଷର ଶୀତଳ ବାଆରେ

ମଗୁସୁର ଘନ କୁହୁଡିର ଛାୟାରେ

ହାଡଭଙ୍ଗା ଜାଡର ଗାଲିଚା ଧରି

ମାେ ମା,ର ପାଚିଲା ଧାନକେଣ୍ଡାରେ।।


ଶୀତ ତୁମେ ଆସ

ଥିରିଥିରି କୁଳୁକୁଳୁ ସମୀରଣ ତୋଳି

ଟୁପ ଟାପ ଶବ୍ଦମାଧୁରୀରେ 

ଅବା ବରଫ ଶେଯରେ

ଭାରି ଭଲଲାଗେ ତୁମେଥିଲେ

ମୋ ଶୋରିଷକ୍ଷେତରେ।।


ତମେ ଆସିବ ବୋଲିତ

ମୁଁ ରାତି ସାରା ଅନିଦ୍ରା

ମେଞ୍ଛାଏ ଦହନ କାଠର ଜ୍ବାଳାରେ

ମଞ୍ଜଥରା ବାତର ସୁନୀଳ ଫରୁଆରେ

ମା,ବୁଢିର ପିକଦାନୀ ଅମୃତ ମଣୋହିରେ

ଭାରି ଭଲ ଲାଗେ ଦୋକ୍ତାର ସୁକ୍ତିରେ

ଜୀବନ ଏଠି ଚଳଚଞ୍ଚଳଓହୋଃ ଆହାଃ

ଶବ୍ଦରେ ଶବ୍ଦରେ ଶବ୍ଦରେ।।


ଶୀତ ତୁମେ ଆସ ମୋ ଚାଳପିଢାରେ

ଲାଉଡଙ୍କ ଆଉ ଶିମ୍ବଲଟୀ ତାଳେତାଳେ

ମଦରଙ୍ଗା ପୋଇଭାଡିର ଚଟାଣରେ

ରବି ଫସଲର ସୁନା କିଆରୀରେ

ତୁମେ ଆସ ମୋ ଅମଳର ଖଳାପଠାରେ

ବଣବିଲ ପାହାଡି ଝରଣାର କୁଳରେ

ରିମ୍ଝିମ ରେଶମୀ ଓଢଣୀଦେଇ ll


ଲାଲଟୁକୁ ଟୁକୁ ସାଧବ ବୋହୂର

ମନ୍ଥରଗାମିନୀର ଚାଦର ତଳେ

ଆସ ବୁଲିଯିବା ବଣଭୋଜି

ଅବା ପର୍ଯ୍ୟଟନ ଗୁହାରେ

ଆସ ତୁମେ ଧିରେଧିରେ

ମୋ ପରିବର୍ତ୍ତନର ଋତୁ ସଂଭାରେ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy