STORYMIRROR

Debadatta Pradhan

Romance

4  

Debadatta Pradhan

Romance

ଏତେ ଦୁସହ

ଏତେ ଦୁସହ

1 min
349


କି କାଳ ହେଲା ଆସି କି ନୋହେ କହ'

କେଡେ ଚମକ ଦେହ ଏତେ ଦୁଃସହ'

          ଆହା'କୋମଳଭାଷୀ'

କଟି ମେଖଳା ହୁଏ ଭାରି' ଭୁରୁ ଭରଷି

କଣ୍ଠାଗ୍ରତ ଚାପେ ଚପଳା' ଚାନ୍ଦ ତରଷି

କାମ-ଦମ-ଶମ କପାଳେ'ହେଲି ବିଶ୍ବାସୀ।।ଏକ।।

କହି'ତ ନୁହେଁ ଏହା'ସର୍ବ ମୁଖରେ

କାଲି'ଯା'ବିଛେଦରେ' ଜଳେ ହୃଦରେ'

         ନଖେ'ଟାଣିଲି ଗାର'

କଳହଂସୀ କିସ କରିବ ପ୍ରୀତି ଗୁଆଁର

କାମବାଣେ ବଣି ପ୍ରମାଣ' ପ୍ରାଣ ସଂହାର

କର୍ମେ' ମଲାଜହ୍ନ କମାଣ' କଲା ନିକର।।ଦୁଇ।।

କେଉଁ ଦଇବ ଦେଲା' ଯେଉଟଫଳ

କି,ଭାରି ଉରଜକୁ'ସ୍ବାଦେ ବିଫଳ'

        କହ'ଲବଙ୍ଗଲତା'

କେଉଁ ପୁରୁଷେ ନୁହେଁ ତୋଷି' ଗଣ୍ଡେ ଆଉଁସି

କୁଣ୍ଢାଇ ନୋହିଲା ଆକର୍ଷି'ପିଣ୍ଡେ ଖଙ୍ଗୁସି'

କେ ବୋଲାଇବ ଗେହ୍ଲେ'ଆସ,ପ୍ରାଣ ପ୍ରେୟସୀ।।ତିନି।।

କାମ ଦହେ ଦେହକୁ' ଥରକୁଥର

କବି କବିତା ଲେଖି ହୋଇବେ ସାର

       ଆହାଃ,କେଡେ କିମିଆଁ,

କି,ରଙ୍ଗ ରଙ୍ଗିମାରେ ମରେ, ଗୋରୀ କନିଆଁ

କପାଳେ ତାଡଇ କରରେ, ପ୍ରୀତି ଛାନିଆଁ

କିବା,ଲାଳସା ନୁହେଁ ମୋରେ,ଜନ୍ମ ସୁନିଆ।।ଚାରି।।

କହୁଛନ୍ତି ଲୋକରେ,ହତ ଭାଗିନୀ

କେବଣେ ହେବି କେବେ କାହା ଜନନୀ?

       କୁହା,ରେ ଲୋକହସା,

କହୁକହୁ ବୟସ ଶେଷ,ନିରସ ଆଶା

କି,ବନ୍ଧୁତ୍ବରେ ନିବୀବନ୍ଧ'ପ୍ରବନ୍ଧ ଘୋଷା

କି,ଛାର ଯଉବନ ଖିସା,ଝାସେ ଝିଙ୍ଗାସା।।ପାଞ୍ଚ।।

କଳି,ଆଳୀ ନୋହିଲା କାଳିମା ମୁଖ

କି ପୁଷ୍ପ ଫଳିତକୁ ଚଳିତ ସୁଖ,

       କେଡେ ହିନୀ କପାଳୀ

କରବୀ,ର ହୋଇ ନ,ଭଜେ,ଶିବ ମଉଳୀ

କାହିଁ,ଦେଲା ଚାହିଁ ନାହିଁତ, କେଳି କୋଥଳୀ

କିବା ଲାଭ ଝୀନବସନ,ପୀନପୃଥଳୀ।।ଛଅ।।

କାଞ୍ଚନ ତନୁ ଖଞ୍ଜି, ଲାଞ୍ଛନା ଦେଲ

କଞ୍ଚା କାଳକୁ ଠେଲି ପାଚିଲା ବାଳ

      ଆହା,ଧିକ ଜନମ,

କାମସର୍ପ ତୁଲ୍ୟ ଦଂଶନ, ବଂଶୀବାଦନ

କୈାତୁହଳ କେଳି ସଦନ, ଚାଳି ମଦନ

କବି ଦତ୍ତବୋଲେ,ରଦନ,କରେ କ୍ରନ୍ଦନ।।ସାତ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance