ନାରୀ ନିର୍ଯ୍ୟାତନା
ନାରୀ ନିର୍ଯ୍ୟାତନା
ବନସ୍ତ ପୋଡିଲେ ସମସ୍ତେ ଜାଣନ୍ତି
ମନ ପୋଡିଲେ ଅନ୍ଧାର
ନାରୀ ବୁକୁତଳ ଡହଳ ବିକଳ
କାନ୍ଦେ କେବଳ ଅନ୍ତର।।
ଆଖି ପାଣି ଆଖି ପିଇଯାଏ ସିନା
ଓଠରେ ହସ ସଞ୍ଚଇ
କେତେ ବେଳେ ଜାୟା କେବେ ପୁଣି ଭାର୍ଯ୍ୟା
ଜନନୀ ଭଗିନୀ ହୋଇ।।
ସ୍ନେହ ମମତାରେ ବୁଡାଏ ସେ ସିନା
ନିଜ ଦେହେ ବିଷ ବୋଳି
ଭୋକର ଜ୍ୱାଳାରେ ଉଦର ଘୋଡାଇ
ଆନେ କରେ ଅଲିଅଳି।।
କେବେ ଯଉବନେ ଖୋଲା ଦରପଣେ
ଠେଲାପେଲା ଭିଡାଭିଡି
ତାଡନା ସହଇ କାମନାରେ ପଡି
ଲୁହ ଝରାଏ ପହୁଡି।।
ଆନକୁ ଶୁଆଇ ନିଜେ ଜାଗିଥାଇ
ଆନେ କରେ ପ୍ରତିକାର
ପୃଥିବୀ ପରି ସେ ସହିଷ୍ଣୁତା ବଶେ
ହସୁଥାଏ ନରନ୍ତର।।
ବାଲ୍ୟରେ ତାଡନା ଯେୈାବନେ ଲାଞ୍ଛନା
ବୃଦ୍ଧାକାଳେ ଜରାଶ୍ରମେ
ବଡ ଅଭାଗିନୀ ଜନମ ତାହାର
ତଥାପି ସେ ବଡପଣେ।।
ଅବଳା ଦୁର୍ବଳା ନୁହଁଇ ପତଳା
ସୁସ୍ଥ ସବଳ ସୁନ୍ଦରୀ
ଅନନ୍ୟା ପ୍ରତିଭା ବିଭୁଷିତା ପ୍ରଭା
ସର୍ବ ଦେବତା ଆଭାରୀ।।
