STORYMIRROR

Debadatta Pradhan

Tragedy

3  

Debadatta Pradhan

Tragedy

ନାରୀ ନିର୍ଯ୍ୟାତନା

ନାରୀ ନିର୍ଯ୍ୟାତନା

1 min
166

ବନସ୍ତ ପୋଡିଲେ ସମସ୍ତେ ଜାଣନ୍ତି

ମନ ପୋଡିଲେ ଅନ୍ଧାର

ନାରୀ ବୁକୁତଳ ଡହଳ ବିକଳ

କାନ୍ଦେ କେବଳ ଅନ୍ତର।।


ଆଖି ପାଣି ଆଖି ପିଇଯାଏ ସିନା

ଓଠରେ ହସ ସଞ୍ଚଇ

କେତେ ବେଳେ ଜାୟା କେବେ ପୁଣି ଭାର୍ଯ୍ୟା

ଜନନୀ ଭଗିନୀ ହୋଇ।।


ସ୍ନେହ ମମତାରେ ବୁଡାଏ ସେ ସିନା

ନିଜ ଦେହେ ବିଷ ବୋଳି

ଭୋକର ଜ୍ୱାଳାରେ ଉଦର ଘୋଡାଇ

ଆନେ କରେ ଅଲିଅଳି।।


କେବେ ଯଉବନେ ଖୋଲା ଦରପଣେ

ଠେଲାପେଲା ଭିଡାଭିଡି

ତାଡନା ସହଇ କାମନାରେ ପଡି

ଲୁହ ଝରାଏ ପହୁଡି।।


ଆନକୁ ଶୁଆଇ ନିଜେ ଜାଗିଥାଇ

ଆନେ କରେ ପ୍ରତିକାର

ପୃଥିବୀ ପରି ସେ ସହିଷ୍ଣୁତା ବଶେ

ହସୁଥାଏ ନରନ୍ତର।।


ବାଲ୍ୟରେ ତାଡନା ଯେୈାବନେ ଲାଞ୍ଛନା

ବୃଦ୍ଧାକାଳେ ଜରାଶ୍ରମେ

ବଡ ଅଭାଗିନୀ ଜନମ ତାହାର

ତଥାପି ସେ ବଡପଣେ।।


ଅବଳା ଦୁର୍ବଳା ନୁହଁଇ ପତଳା

ସୁସ୍ଥ ସବଳ ସୁନ୍ଦରୀ

ଅନନ୍ୟା ପ୍ରତିଭା ବିଭୁଷିତା ପ୍ରଭା

ସର୍ବ ଦେବତା ଆଭାରୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy