STORYMIRROR

Debadatta Pradhan

Abstract

4  

Debadatta Pradhan

Abstract

ଭିନ୍ନ ମାଧୁରୀ

ଭିନ୍ନ ମାଧୁରୀ

1 min
385



ବିବିଧ ବୈଭବ/ଅସ୍ପଷ୍ଟ ସ୍ବଭାବ/ତବ ବଳୟରେ ପଡି

କେ ଜାଣେ କେ ଜଣେ/ମଳୟ ବାସ୍ନାରେ/କୁହୁଡି ପରାୟଝଡି

ଅକିଞ୍ଚନ ସ୍ବାଦ/ସ୍ବାଦବୁଣି ହ୍ରଦ/ସମ୍ମୋହନ ବିଭୂକ୍ଷିତ

ସମୟ ସମାଧି/ଜୀବନ ପରିଧି/ପରାହତ ପ୍ରତିହତ।।


ଦରିଆ ଦର୍ଶନ/ହରିଆ ଗୁଞ୍ଜନ/ସାରିଆ ଭିକ ଭରଣ

ମହତୀ ସ୍ବୋହାଗ/ସଂହତି ବିଭାଗ/ପିରତୀ ବଡ ଚରଣ।।

ପାଦର ପାଣ୍ଡୋଇ/ଦାଣ୍ଡରେ ଭଣ୍ଡେଇ/ମଣନ୍ତି ସୁଖ ନାଶନ

ଏମିତି ସ୍ବାଗତ/କେମିତି ଆଗତ/ଭିନ୍ନ ସ୍ବାଦର ଆସନ।।


ଅୟୁତ ସ୍ବପ୍ନିଳ/ନିୟୁତ ପାଗଳ/ପ୍ରାରବ୍ଧ ମୃଦୁ ହିଲ୍ଲୋଳ

ଅଜ୍ଞାନ କାହୁଁ, ବା/ଏ ସବୁ ବୁଝିବା/ବିଜ୍ଞାନ ସରଣୀ ଖେଳ।



Rate this content
Log in

Similar oriya poem from Abstract