ତ୍ରିରଙ୍ଗାଶବ୍ଦଭାରତୀ କବି
ତ୍ରିରଙ୍ଗାଶବ୍ଦଭାରତୀ କବି
ପତକା ଅଞ୍ଚଳ ଡାକଇ ଚଞ୍ଚଳ ଉଠହେ ଅଞ୍ଚଳ ବାସୀ
ଭାରତ ସାହସୀ ମରତ ଆଭାସି ହୃତ ଗୈାରବ ବିଳାସୀ।।
ଦୂର୍ବାର ଦୁଆର ବୀରର ହିଆର ରକତେ ଲେଖିଛି ନାଁଆ
ତ୍ରିରଙ୍ଗା ତା,ନାମ ରଙ୍ଗିମା ଏ,ଧାମ କାମ-ଦମ-ଶମ ଗାଁଆ।।
ସବୁଜ ଗମ୍ବୁଜ ବୀରତ୍ବର ବ୍ୟାଜ ଅଭ୍ରଭେଦୀ ଶୁଭ୍ର ନ୍ୟାସ
ଲାଲ ବାଲ ପାଲ-ପୁଣି ଦ୍ବିଲ୍ଲୀ ଚାଲ କର ଅବା ମର ବଶ।।
ଗାନ୍ଧୀ ଗୋପବନ୍ଧୁ ବନ୍ଦୀଶାଳା ଫିଙ୍ଗୁ ହିମକଟି ହିଆ ତୋଡି
ମାଟି ମଟାଳକୁ ଘାଣ୍ଟି ବିଡାଳଙ୍କୁ ଦେଶରୁ ଦିଅନ୍ତି ତଡି।।
ଶାନ୍ତିର ସୈାଷ୍ଠବେ ଶ୍ବତରଙ୍ଗ ଗର୍ବେ ମଧ୍ୟେ ଅଶୋକର ଚକ୍ର
ସତ୍ୟମେବ ଜୟ ଜୟନ୍ତୀ ଅଜେୟ ସତ୍ୟ ସନାତନ ସକ୍ର।।
ନାରଙ୍ଗୀ ଇଙ୍ଗିତ ଫିରିଙ୍ଗି ସଙ୍ଗୀତ ମଣ୍ଡୁକୀ ସମାନ ତୋଳି
ସିନ୍ଧୁ ପରିବ୍ୟାପ୍ତ ଇନ୍ଦୁ ପରିଦୀପ୍ତ ସପ୍ତ ମାତୃକା ପହେଳୀ।।
କି,ରଣ ହୁଂକାର ବୀରତ୍ବ ଅଙ୍କୁର କିରଣ ଦେଲା ଉତାରି
ଝଣ୍ଡା ଲେହେରାଇ ଖଣ୍ଡାକୁ ବୁଲାଇ ମଙ୍ଗଳର ମଙ୍ଗଧରି।।
ସମୟ ସାପେକ୍ଷ ବିସ୍ମୟ ବିଦ୍ରୋହୀ ଦେଲେ ସବୁ ବଳିଦାନ
ତେଣୁ ଏ ତ୍ରିରଙ୍ଗା କାଳେକାଳେ ଗଙ୍ଗା ଗୋଦାବରୀ ଯଶଗାନ।।
ଦଶଦିଶା ଦେଶ ଭାରତର ବର୍ଷ ବର୍ଷ-ମାସ-ଦିନ-ଦଣ୍ଡ
ତ୍ରିଦଶ ପୂରିତ ସ୍ବରାଜ୍ୟେ ଗ୍ରନ୍ଥିତ ସ୍ବାଧିନତା ମହାକୁଣ୍ଡ।।
ସୁଦିନ ଆସିଛି କୁଦିନ ଯାଇଛି ଉଚ୍ଚକରି ରାଷ୍ଟ୍ରଭାଷା
ମାତୃଭାଷା ମୋର ଅତି ଆପଣାର ବିଜୟୀ ତ୍ରିରଙ୍ଗା ଖିସା।।
ସାର୍ବଭୈିାମ ବ୍ରତ ଅଖଣ୍ଡ ଭାରତ ଗଣତନ୍ତ୍ର ଗରୀୟାନ
ପତାକା ଚେତାଏ ସଲାମୀ ଶିଖାଏ ଗୋଲାମି ନୁହେଁ ମହାନ।।
ଆମେ ଭାଗ୍ୟବାନ ପୂର୍ବଜ ଯବାନ ନବୀନ ତରୁଣ ଦେଖ
ଅରୁଣକାନ୍ତିକୁ ମରଣକ୍ରାନ୍ତିକୁ ବାରମ୍ବାର ଚୁମ୍ବେ ଶିଖ।।
ଏଇ,ସେ ପତାକା କର ସ୍ବାଗତିକା ମଥାନତ କାଳେକାଳେ
ପ୍ରଗତୀ ରଥରେ ସାରଥି ଆମର ତ୍ୟାଗ-ସେବ୍ୟ ଅବହେଳେ।।
