STORYMIRROR

Debadatta Pradhan

Others

4  

Debadatta Pradhan

Others

ହତ୍ୟା

ହତ୍ୟା

1 min
309


ବଖାଣି ନୁହଁଇ ଶୁଣି,କାହାଣୀ ମାନ

ବେଳକୁ ବେଳ କେବଳ ହୀନ ଦୁର୍ଦ୍ଦିନ

ବସାଇ ରସେ ଭଷାଇ ଗ୍ରାସଇ ମଦ

ବ୍ୟଭିଚାର ମଣ୍ଡପରେ ଅସୂୟାଗନ୍ଧ।


           ବୁଡାଇ ଦେଲେଣି ସବୁ ନର ପଣିଆ

           ବଡାଇ କରିଣ ଥୋକେ ମାରନ୍ତି ଡିଆଁ

           ବଡପଣ୍ଡା ସାମ୍ଭ୍ରାନ୍ତର  ବଡିମା ରାହୁ

           ବଦାନ୍ୟ ବଳି ପଡଇ ଦେଖିବା ହେଉ।


ବସୁଧୈବ ପାଦେ ଧୈାତ ବିଧୈାତ ତନ୍ଦ୍ରା

ବନ୍ଧୁତ୍ବରେ କଳଙ୍କିତ ବିନୀଦ୍ର ଧନ୍ଧା

ବାହାପିଆ ବିପରୀତ ଭାବକୁ ବହି

ବଡ ଭଦ୍ରଲୋକି ବୋଲି,କହନ୍ତି ରହି।


           ବଳଯାର,ରାଜ୍ୟତାର ହୀନ ମାନ୍ୟତା

           ବଳିୟାର ପରିପାଟୀ ଜୋତା ପଇତା

           ବିନ୍ୟାସ ଆସନେ ବସି ବିଷ୍ଣୁ ଭଜନ୍ତି

            ବିଭାବରୀ ପ୍ରାନ୍ତେ ପୁଣି ଚୈାର୍ଯ୍ୟ ସାଜନ୍ତି।


ବିଚାରେ ମୃଦୁ ଭଲ୍ଲୁକ ଢୋଲକ ପିଟି

ବିଚକ୍ଷଣ ଆଚରଣ ମୁଲକମାଟି

ବନ୍ଧୁରେ ସୁଗନ୍ଧ ନାହିଁ,ଅଦିନେ ଝଡ

ବଡ ଗୋପନେ ଚୋବାନ୍ତି ରକତ ହାଡ।


             ବୋଲାନ୍ତି ସତିଆ ସେତ ଅସତ୍ୟ ପିଇ

             ବିଟପୀ ବଟୁଆବରି ମେଳାପି ଫେଇ

             ବିଷ କୁମ୍ଭ ପୟମୁଖ ଆକର୍ଷକାରୀ

             ବିଶିକେସନ ବିଳାସୀ ହତ୍ୟା ଶିକାରୀ।


ବାତ୍ୟାପରି ସତ୍ୟାନାଶ ବିଶାଳ ବିଶ୍ବେ

ବେବର୍ତ୍ତା ସାଜି ଦେବସ୍ବ ବ୍ରହ୍ମସ୍ବ ଗ୍ରାସେ

ବାଳୁତ କି,ଯୁବା ମାତ୍ର ନ,ମାନେ କାହିଁ

ବ୍ରହ୍ମାଣ୍ଡ ଭଣ୍ଡେଇ ଖାଏ ପିଶାଚ ସାଇଁ।


            ବାଃବାଃରେ ମାନବ ନବ ବିବିଧ ଭାବ

            ବିଲୋକି ଭୂଲୋକ ସାକୀ,ବିପାକ ନୈବ

            ବିମୁକ୍ତୟ ବିଲକ୍ଷଣ ନାହିଁ ଜୀବନେ

            ବିଷ୍ଟାସମ ଶିଷ୍ଟାଚାର ଧିକ ଧିଆନେ।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍