STORYMIRROR

Debadatta Pradhan

Abstract

4  

Debadatta Pradhan

Abstract

ପ୍ରେମାଞ୍ଜନ

ପ୍ରେମାଞ୍ଜନ

1 min
325


ଶବ୍ଦଭାରତୀ କବି ଦେବଦତ୍ତ ପ୍ରଧାନ।ପୁରୀ।ଓଡିଶା।

ପ୍ରେମଭକ୍ତି ସାର ଗୀତା ଶାସ୍ତ୍ର ହାର ପ୍ରେମ ସସ୍ତ୍ରଧାରୀ କିଏ?

ପ୍ରେମ ଗଣ୍ଠିଧନ କଣ୍ଠୀ କଉପୀନ ପ୍ରେମାଞ୍ଜନ ନାଇ ଯିଏ।।


ପ୍ରେମ ଅସୀଧାର ସୁଧାବାଣୀ ଝର ଝରିଭରି ପିଏ କିଏ?

ପ୍ରେମ ପରିପାଟୀ କାମ-ଦମ-ଶମ ବାଣ୍ଟି ବ୍ୟଷ୍ଟୀ ଠାରେ ସିଏ।।


ପ୍ରେମପ୍ରେମ ବୋଲି କୁହାକୁହି ହେଲି ପ୍ରେମୀ ନାମ୍ନୀ ନାମାତୁର

ପ୍ରେମ ବିନାଶ୍ରୟେ ସୁମନାସ ନୋହେ ପ୍ରେମ ପ୍ରେମୀ ଅଙ୍ଗୀକାର।।


ପ୍ରେମାଞ୍ଜନ ନାଇ ବାଇ ଗୋପଗୋଈ ଚଉଦ ଭୂବନେ ହୁରି

ପ୍ରେମ ପ୍ରେତ ଝାଡେ ପରମ ଅବାଡେ ନିଗାଡେ ନିର୍ଘାତ ଜୁରି।।


ପ୍ରେମ ମରେନାହିଁ ପ୍ରେମ ହାରେ ନାହିଁ ପ୍ରେମ ପରମ ଔଷଧି

ପ୍ରେମ ଚତୁଃଷ୍କୋଣ ଚତୁର୍ଭୁଜ ଠଣ ଚତୁରାଇ ପଣେ ବ୍ୟାଧି।।


ପ୍ରେମକଳା ବୋଳି ହେଲେ ବୋଳାବୋଳି ହୁଳହୁଳିି ପଡେ ଗଳି

ପ୍ରେମ ବିନା କଳି ବିଛେଦ ମଉଳୀ ଯାଉଁଳି କବାଟ ଚାଳି।।


ପ୍ରେମ ଚିଦାନନ୍ଦ ପ୍ରତିମା ଆନନ୍ଦ ପ୍ରତିବିନ୍ଦୁ ବନ୍ଧୁଭାବେ

ପ୍ରେମସିନ୍ଧୁ ଡେଇଁ ପୂଜ୍ୟପୂଜା ପାଇଁ ଆଭିଜାତ୍ୟ ଭବେ ସ୍ରବେ।।


ପ୍ରେମ ବାଲ୍ୟକାଳୁ ପ୍ରେମାନଳ ତଳୁ ସୁନାଦାହ ଯେଉଁଭାବେ

ପ୍ରେମ ଅଠାକାଠି ପକା ଚକାବୈଠି ଜାଣିବୁ,ତୁ ଅନୁଭବେ।।


ପ୍ରେମ ନୁହେଁ ଚିତା ଚିନ୍ତାମଣି ସତ୍ତା ସତାରିଲେ ବତୁରିବ

ପ୍ରେମଟି ପ୍ରମତ୍ତ ଯୁଗଳ ପ୍ରଦତ୍ତ ପୂତ ପୟୋଧିତ ହେବ।।


ପ୍ରେମେ ଗଡିଆର ଜଳ ଗଙ୍ଗାଝର ଗଙ୍ଗା ହୁଏ ରଙ୍ଗାଜୀବ

ପ୍ରେମେ ହୀନଗତି ବିଷୟା ସ୍ବୀକୃତି ପ୍ରକୃତି ଓଟାରୁ ଥିବ।।


ପ୍ରେମେ ନଦୀଧାଏଁ ସିନ୍ଧୁ ଗର୍ଭେ ଡିଏଁ ପତିତ ପାବନ ସାକ୍ଷୀ

ପ୍ରେମେ ଅଭିରାମ ବୁଣି ବୀଜ ପ୍ରେମ ସୃଜିଲେ ଶାନ୍ତିରେ ଲେଖି।।


ପ୍ରେମ ସନାତନ ସାରସ୍ବତ ସ୍ଥାନ ପ୍ରେମଗଣ୍ଠି ପାଣ୍ଠି ସ୍ମୃତି

ପ୍ରେମ ମୂଳତତ୍ତ୍ବ ସୃଷ୍ଟି ସର୍ବଖ୍ୟାତ ଦୃଷ୍ଟିତଳ ଶ୍ରେଷ୍ଠକୃତି।।


ପ୍ରେମାଞ୍ଜନ ନାଇ ପ୍ରେମଧନେ ସ୍ନେହୀ ଦତ୍ତ ହୁଏ ମତୁଆଲା

ସେହି ପ୍ରେମପାଇଁ ଆଜନମୁଁ, ଚାହିଁ ଭଜୁଅଛି ନନ୍ଦଲାଲା।।

ଯୁଗେଯୁଗେ ଅଭିରାମ ଚେଲା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract