Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ତ୍ରିରଙ୍ଗା ଫର ଫର

ତ୍ରିରଙ୍ଗା ଫର ଫର

1 min
186



ଭାରତ ମାତାର ସୁର ବୀର ନର

ଗର୍ବେ କହେ ଜୟ ଜୟ

ଉଡେ ଫର ଫର ତ୍ରିରଙ୍ଗା ଆମର

ଭାରତ ମାତାର ଜୟ l


ପଞ୍ଚସ୍ତରୀ ବର୍ଷ  ପୂର୍ତ୍ତିରେ ଯେ ଦେଶ

ଆନନ୍ଦେ ହୁଅଇ ସଜ 

ସହର ବଜାର  ପଲ୍ଲୀ ଓ ନଗର

ଉଡ଼ଇ ଜାତୀୟ ଧ୍ୱଜ l


ଖେଳେ ସିହରଣ ଶରୀରେ ଗୁଞ୍ଜନ

ସହୀଦର ଗୁଣଗାନ

ଭାତୃତ୍ୱ ଭାବନା ଆସେ ହୃଦେ ସିନା

ମନେ ଆସେ ଜାଗରଣ l


ଜାତିର ସଭ୍ୟତା ଦେଶର ଏକତା

ପ୍ରେରଣାରେ ମହୋତ୍ସବ

ଅମୃତ ସନ୍ତାନ ଦେଶ ସନମାନ

ଦେଖିକି ନିଶ୍ଚେ ଶିଖିଵ l


ଦେଶର ଗୌରବ ତ୍ରିରଙ୍ଗା ଉଡ଼ିବ

ଘରେ ଘରେ ଫର ଫର

ମନେ ପକାଇବ ଆଜାଦି ଉତ୍ସବ

ଜୟ ହିନ୍ଦ ସ୍ଲୋଗାନର l


ଜାତୀୟତା ପ୍ରୀତି ଦେଶର ପ୍ରଗତି

ତ୍ରିରଙ୍ଗା ଧରି ଜାଗୃତି

ଜାତୀୟ ଚରିତ୍ର ହେଉ ଉଜ୍ଜିବିତ

ସୁଦୃଢ ହେଉ ସଂହତି l



Rate this content
Log in

Similar oriya poem from Classics