ଭଜନ
ଭଜନ


କହିବୁନି କାହ୍ନୁ ରାଧା ରାତି କଥା
ପଡୁ ନାହିଁ କି ତୋ ମନେ
ତାର ଭାବ ପ୍ରୀତି ଭୁଲିକି ଯାଇଛୁ
କହିବୁକି ରାଧା ରାଣେ ।
କୁଞ୍ଜ ଆସନରେ ରାଧାରାଣୀ ସହ
ଵିତାଇଛୁ କେତେ ରାତି
ମନେ କି ପଡୁନି ସେ ଦିନର କଥା
ମନେ ନାହିଁ କି ତା ଦେହ ତାତି।
କଦମ୍ବ ମୂଳରେ ଗୋପୀଙ୍କ ଗହଣେ
ଯମୁନାରେ ନାଶ କେଳି
ରାଧାର କୋଳେ ମୁଣ୍ଡ ରଖି ଶୋଇଵାକୁ
ହେଉ ଥିଲୁ ନିଉଛାଳି ।
ମନଟା ତୋହର ତା ଠାରେ ଥିବ କାହ୍ନା
ମିଛ ବାହାନା କରୁଛୁ
କହେ ସହଦେବ ସତ କହିବୁଟି କାହ୍ନା
ତୋତେ ନେହୁରା ହେଉଛୁ ।