STORYMIRROR

SAHADEV PARIDA

Classics

3  

SAHADEV PARIDA

Classics

ଭଜନ

ଭଜନ

1 min
180

କହିବୁନି କାହ୍ନୁ ରାଧା ରାତି କଥା

ପଡୁ ନାହିଁ କି ତୋ ମନେ

ତାର ଭାବ ପ୍ରୀତି ଭୁଲିକି ଯାଇଛୁ

କହିବୁକି ରାଧା ରାଣେ ।


କୁଞ୍ଜ ଆସନରେ ରାଧାରାଣୀ ସହ

ଵିତାଇଛୁ କେତେ ରାତି

ମନେ କି ପଡୁନି ସେ ଦିନର କଥା

ମନେ ନାହିଁ କି ତା ଦେହ ତାତି।


କଦମ୍ବ ମୂଳରେ ଗୋପୀଙ୍କ ଗହଣେ

ଯମୁନାରେ ନାଶ କେଳି

ରାଧାର କୋଳେ ମୁଣ୍ଡ ରଖି ଶୋଇଵାକୁ

ହେଉ ଥିଲୁ ନିଉଛାଳି ।


ମନଟା ତୋହର ତା ଠାରେ ଥିବ କାହ୍ନା

ମିଛ ବାହାନା କରୁଛୁ

କହେ ସହଦେବ ସତ କହିବୁଟି କାହ୍ନା

ତୋତେ ନେହୁରା ହେଉଛୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics