ବଂଶୀ
ବଂଶୀ


ପିପାସା ଓ ତୃଷା
ଜଲସା ଓ ଭରସା
ବାଜିଲେ ଯମୁନାରେ
ବେପଥୁ ଜାଗେ ଗୋପୀ ପ୍ରାଣରେ ।
ଯମୁନା ପାଣି ସ୍ଥିର
ପାଉଁଜି ଶବ୍ଦ ଅଧୀର
କାଖର କଳସୀ ନିର
ଉଚ୍ଛୁଳେ କଦମ୍ବ ବନ ବି ନିଥରେ ।
କିଏ କାହିଁ ଜାଣିବ ମାୟା
ବିସ୍ତାରି କହ୍ନେଇ କାୟା
ଗିରି ଗୋବର୍ଦ୍ଧନେ ଛୟା
ମୂର୍ଚ୍ଛନା ତୋଳେ ନନ୍ଦ ଦୁଲାଳ ବଂଶୀରେ ।
ଘେନିଗଲା ଅକ୍ରୁର
ଫିକା ନନ୍ଦ ଘର ଦ୍ୱାର
ରାଧା ଓ ସଖିଏ ଆତୁର
କଂସ ରାଜା ମଞ୍ଚାରୁ ଖସି ତରିଗଲାରେ ।
କହ୍ନେଇ ବଂଶୀ ସ୍ୱରେ
ଯମୁନା ଦୁଇଫାଳ
ନନ୍ଦ ଯଶୋଦା କପାଳ
ରାଧାର ବଢିଲା ଜଞ୍ଜାଳ
ଆଉ କାହିଁ ଶୁଭୁନି ବଂଶୀ ବାରବାର
ବାରମ୍ବାର ବରାବର ଅନ୍ତତଃ ଗୋଟେ ଥର ।
କେଜାଣି କେ ଦେବ ଉତ୍ତର
ହୁଏତ ହୋଲି ଦେଇପାରେ
ରଙ୍ଗର ପସରାରେ
ରଙ୍ଗର ଚମତ୍କାରେ
ରଙ୍ଗର ମହକରେ
ବଂଶୀ ସ୍ୱର ଅଛି କେଉଁଠି ଦେଖ ବାରେ ।