ହାଟ ବାଟ ନାଟ
,,,,,,,,,,,,,,,,,,,,,,,,
ଅସରନ୍ତି ବାଟ ଓ ଭଙ୍ଗା କବାଟ
ଏହି ତ ଜୀବନ କୁହାଟ
ଚକ ଅଖ ପକ୍ଷ ସବୁ ଓଲଟ ପାଲଟ
ବନ୍ଦ ନାହିଁ ନାଟ
କିଏ ଯାଉଛି ତ ଯାଉ ମାରନା ହାକୁଟ
କିଛିତ ଥିବ ନିଶ୍ଚେ ଫାଟ
ଘୋଡା ନେ ହାତୀ ନେ ହାଟ
ଫିଟିବ କବାଟ ଗୁମୁଟ
ରଖିଲେ ମନ ହୃଦୟ ଅକପଟ
ଚାଲିବ ପୁଣି ନାଟ
ସରିବା ଯାଏ ଡିବିରରୁ ବତୀ ଓ ତେଲ
ସଳିତା ହୋଇଯାଏ ଛୋଟ
କୋଉ କଥା ଆଜିକାଲି ମୋଟ
ଖାଲି ବକଟେ ଆକଟ
ମାନିଲେ ସବୁ ଭଲ ନଚେତ ଛାଟ
ଏତେ ଛିଟ ଭିତରେ ଛାଟ ଛୋଟ
ଯେମିତି ଖୋଳପା ହାଟ ବାଟ ନାଟ
ଭିତରେ ମାଗୁଣି ଶାଗଡ଼ିଆ କୁହାଟ
ରାମ ଯେ ଲଇକ୍ଷଣ ନେବେ ଜିତାପଟ
ଭାଇ ସଙ୍ଗେ ଭାଇ ଥାଇ ରାମ ଶ୍ରେଷ୍ଠ
ରାବଣ ର ଭାଇ ବିଭୀଷଣଙ୍କ କପଟ
ଦେଖାଏ ଛାଟ ବତାଇ ବାଟ
ଖସଡ଼ା ଶିଉଳି ର ସତର୍କ ଘଣ୍ଟି ଓ ଘଣ୍ଟ
ଆକାଶ ଛାତିରେ ଛତା ଚିତ୍ରପଟ
ହାଟ ବାଟ ନାଟ ର ଇଏ ମଠ