ବୋଉ ପରି କିଏ ହେବ ଆଉ
ମୁଣ୍ଡରେ ଓଢଣା ଦେହର ଗହଣା
ଥିଲେ ଥାଉ ଅବା ନଥାଉ
ସମସ୍ତଙ୍କ ମନ ଚିହ୍ନି ଥାଉ
ସୂର୍ଯ୍ୟ ଆସିବା ଆଗରୁ ଉଠି
ଦୁଃଖ ସୁଖ କୁ କରି ପିଠି
ତୋ କାମ ରେ ଲାଗିଥାଉ ତୁ
କେବେ ବିରି ବାଟି
କେବେ ଚକୁଳି ଓଲଟି
ବେସର ବାଟି
ଲିପି କାନ୍ଥ ରେ ଦେଇ ବନମାଟି
ଝୋଟି ଚିତା ପୁଣି ଷୋଳ ପଦ୍ମକୋଠି
ଘର ଦିଶୁଥାଏ ଦାଉ ଦାଉ
କୋଉଠି ବଳଦ କୋଉଠି ହଳ ଲଙ୍ଗଳ
ବାପା ଯିବେ ବିଲ ଖାଇ ପଖାଳ
ଜେଜେଙ୍କର ଚା ଜେଜେମାଆ ପିଇବ ବାସି ଜଳ
ଏତେକଥା କରୁ ବୁଝୁ କେମିତି ବୋଉ
ସେଥିରେ ବେଳ ଅବେଳ ରେ ହୋଇ ନାଉ
କହୁଥାଏ ମତେ କରିଦେ ଗେଲ
ତୋଠାରୁ ବୋଉ ଆଉ କେ ଭଲ
ସିନ୍ଦୁର ଦିଶେ ତୋ ଦାଉ ଦାଉ
ଚଉରା ପୂଜା ଭୋଗ ଖାଉ ଖାଉ
ଭାବେ ବୋଉ ପରି କିଏ ହେବ ଆଉ
ଶଙ୍ଖା ସିନ୍ଦୁର ଝଟକୁ ଥାଉ
ବୋଉ ମୋ ସିନ୍ଦୁରେ ସୁନ୍ଦରୀ ଦିଶୁଥାଉ
ତା ପରି ହବ କିଏ ଆଉ
ହତାଶା ନିରାଶା ଦୂରେଇ ହସୁଥାଉ ବୋଉ
,,,,,,,,,,,,,,