STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଲୁହ 

ଲୁହ 

1 min
0


କାରୁଣ୍ୟ ର ନାମ ଲୁହ 
କୋହରୁ ଉତ୍ପନ୍ନ ମୋହ 
ପରିପ୍ରକାଶ ବି ଲୁହ 
ଆଖିରେ ରହେ ସତେ ନଦୀ 
ଖୋଜି ସୁଖର ଗଦି 
ଲୁହ ବହେ କେବେ କରି ଜିଦି 
ଲୁହ ବି ବାରବାଦୀ 
ଲୁହ ବି ଖୁସି ଓ ଦୁଃଖ ଭେଦି 
ବହୁଥାଏ ଜମିରେ ଭେଦି ଭେଦି 
ଲୁହ ନୁଁହଁ ରଦ୍ଦି 
ଲୁହ ଏକ ସିଦ୍ଧି ଵିଧି ସମାଧି 
ଦୁଃଖ କୁ ଜିତି 
ସୁଖରେ ମାତି 
ଲୁହ ଅଟେ ମାଣିକ ମୋତି 
ସ୍ନେହ ଶ୍ରଦ୍ଧା ପ୍ରୀତି ପ୍ରଜାପତି 
ଗୁଣୁ ଗୁଣୁ ଗାଉଥିବା ଗୀତି 
ଆଖିର ଦୁଇ ଧାର ପ୍ରତିଶ୍ରୁତି 
ଯାହାର ନଥାଏ ଆଦି ଅନ୍ତ ଅବା ଇତି 
ଲୁହ ଗୋଟେ ବୁନ୍ଦା 
କେବେ ଶ୍ରଦ୍ଧା କେବେ ଅସୁବିଧା 
ପ୍ରକାଶ ନଈ ଅଙ୍କା ବଙ୍କା ସିଧା ସାଧା
ଲୁହ ବି ଯୋଦ୍ଧା 
ଲୁହ ବି ସମସ୍ତ ଅନ୍ତର ଆରମ୍ଭ ମେଧା


विषय का मूल्यांकन करें
लॉग इन

Similar oriya poem from Abstract