STORYMIRROR

Samar Ballav Bhoi

Abstract Classics Inspirational

3  

Samar Ballav Bhoi

Abstract Classics Inspirational

ମା ତୁମେ ବ୍ୟସ୍ତ ହୁଅନା

ମା ତୁମେ ବ୍ୟସ୍ତ ହୁଅନା

1 min
163


ଆଜି ବିଶ୍ବ ମାତୃ ଦିବସ

ମା ତୁମେ ବ୍ୟସ୍ତ ହୁଅନା

ମୁଁ ଏବେ କରୋନା ଆକ୍ରାନ୍ତ

ମୁଁ ବାହାରେ ଥାଏ କି କ୍ବାରେଣ୍ଟାଇନରେ

ତୁମର ସ୍ନେହ-ଶ୍ରଦ୍ଧା ମୁଁ ଭାବିପାରୁଛି

ତୁମ ଭାବନାକୁ ଅନଭବ କରୁଛି

ତୁମେ ଜମା ବ୍ୟସ୍ତ ହୁଅନା

ଭଲରେ ରହିବାକୁ ଚେଷ୍ଟା କରୁଛି

ଏ ଜୀବନ ଯୁଦ୍ଧ ମୋର କରୋନା ସହିତ

ମୁଁ ନିଶ୍ଚିତ ଜିତିବି ମା

ତୁମେ ଜମା ବ୍ୟସ୍ତ ହୁଅନା

ମା ମୁଁ ଭଲରେ ଅଛି ।


ଆବଶ୍ୟକ ଖାଇବା ମିଳୁଛି

ଖାଲି ଟିକିଏ ସଚେତନ ରହିବି

ହାତ ବାରମ୍ବାର ସଫା କରୁଛି

କରୋନା ସହିତ ମୁଁ ଲଢିଚାଲିଛି

ଜୀବନ ଯୁଦ୍ଧକ୍ଷେତ୍ରେ ମୁ ଯୋଦ୍ଧା ସାଜିଛି

ଜୀବନ ଯୁଦ୍ଧକୁ ନିଶ୍ଚିତ ଜିତିବି

ବୋଲି ଆଶାରେ କରୋନା ସଙ୍ଗେ ଲଢୁଛି

ତୁମ ଆର୍ଶୀବାଦ ସାଥିରେ ଅଛି

ତୁମ ବିଶ୍ବାସକୁ କବଚ କରି ପିନ୍ଧିଛି

ନିଶ୍ଚିତ ଫେରିବି ତୋ ପାଖକୁ

ମା ତୁମେ ବ୍ୟସ୍ତ ହୁଅନା

ମୁଁ ଭଲରେ ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract