ମୋ ମାଟିର ଗୌରବ
ମୋ ମାଟିର ଗୌରବ
ଏଇମାଟି ପାଣି ପବନ
ଏଇ ଦେହେ ଦେଲା ଜୀବନ।
ଆମ ଏ ମାଟିର ଗୌରବ
ଅତୀତ ର ଜେତେ ସୌରଭ।
ଓଡ଼ିଶା ମାଟିର କାହାଣୀ
ଝରଣା ନଦୀର ରାଗିଣୀ।
ମେଘାସନ କହେ ଅତୀତ ର କଥା
ପୁରାଣ ପୋଥିରେ ରହିଛି ସେ ଗାଥା।
ଖଣ୍ଡଗିରି ଶିରେ ଲେଖା ଅଛି ଯାହା
କୋଣାର୍କ ରୂପ ଅହା କି ମନ ଲୋଭା ।
ଜାତି ଜାତି କେତେ ବିର ଜନମ ଦେଇଚି
ପ୍ରଭୂ ଜଗନ୍ନାଥ ପାଇଁ ପୁଣ୍ୟ ଅର୍ଜନ କରିଛି।
ଆସ ସଭିଏ ମିଳି ମିଶି ନେବା ତାର ନାମ
ଉତ୍କଳ ସନ୍ତାନ ଆମେ ନାହି କେହି ଆମ ସମ ।
ଏ ମାଟିର ଜନମିଛି କେତେ ଜାତି ଜାତି ବୀର
ବାଳକ ରାଉତ ପୁଣି ବିର ସୁରେନ୍ଦ ର ।
କହେ ଗୋପ ବନ୍ଧୁ ବାବୁ ଓଡିଆ ଦୁର୍ଦ୍ଦଶା
ମଧୁ ବର୍ଣ୍ଣବୋଧ ପୁଣି ରଖିଚି ଏ ଭାଷା ର ମଥା ।
ଓଡିଆ ସନ୍ତାନ ଆମେ ନାହିଁ ମନେ ଗରବ
ପରକୁ ନିଜର କରୁ ଏହାହିଁ କରମ ।
