ନାରୀ
ନାରୀ
ନୁହେଁ ସେ ଦୂର୍ବଳା ନୁହେଁ ସେ ଅବଳା
ନାରୀ ଶକ୍ତି ସ୍ୱରୁପିଣୀ ,
ସଦା ସ୍ନେହ ଶିଳା ଗୁଣ ରେ ସୁଶୀଳା
ସେ ସର୍ଵଂ ସହା ଧରଣୀ !!
କଠିନ ପ୍ରସ୍ତର ଧୁଳିକୁ ପଥର
କରିପାରେ ବୁଦ୍ଧି ବଳେ ,
ପଛ ଘୁଂଚା ନାହିଁ ସବୁ ପାରେ ସହି
ରଣଚଣ୍ଡୀ ରଣ କାଳେ !!
ବିକାଶ ର ସ୍ବପ୍ନ ଦେଖିବାରେ ମଗ୍ନ
କରି ଶ୍ରମିକ ର ଶ୍ରମ ,
ସ୍ନେହ ସରଧାରେ ଆଶା ଭରସା ରେ
ହିମାଳୟ ମେରୁ ସମ !!
ନୂତନ ସୁରୁଜ ବୁଣେ ସେ ମୁରୁଜ
ତା ପ୍ରେମ ପରଶେ ଫୁଟେ ,
ସହି ନିର୍ଯାତନା ସମାଜ ଭର୍ସନା
ଜଞ୍ଜlଳେ ବତୁରି ଉଠେ !!
