STORYMIRROR

RATIKANTA NAYAK

Abstract Classics

3  

RATIKANTA NAYAK

Abstract Classics

ନୀଳାଚଳ ନିବାସୀ

ନୀଳାଚଳ ନିବାସୀ

1 min
16

ନୀଳାଚଳ ନିବାସୀ ମୋ ପ୍ରଭୂ ଜଗନ୍ନାଥ 

ତୁମ ଆଶିଷ ରେ ଚାଲେ ଏ ସାରା ଜଗତ ।।

ଦୁଃଖୀ ଅରକ୍ଷିତ ଦାସ ଭକ୍ତ ଜହ୍ନେ ପାଇ 

ଭାରି ଖୁସି ହୁଅ ହେ ମଣିମା ଗୋସାଇଁ ।।

ଜଗତ କରତା ତମେ ଅଟ ସଂସାରରେ ସାର 

 ସାରା ଜଗତ ହସୁଛି ଆଜି ତୁମ କରୁଣା ଅପାର ।

ଆହେ ଲୀଳା ମୟ ଶ୍ରୀକ୍ଷେତ୍ର ନିବାସୀ 

ଷାଠିଏ ପାଉଟି ଭୋଗ ଖାଉଥାଓ ନୀତି ବସି ।।

ଜଗତ ବୋଲାଏ ତମେ ପ୍ରଭୂ ଭାବ ଗ୍ରାହି 

ଦାସିଆ ନଡ଼ିଆ ନେଲ ହାତକୁ ବଢ଼ାଇ ।।

ଭାବର ଠାକୁର ମୁଁ ଜାଣିଚି ତମେ ସତ୍ୟ 

ଅଭାବ କୁ ଦୂର କର ତୁମ କରୁଣା ଜାଣେ ଏ ଜଗତ।।

ଗଡ ନାହିଁ ହାତ ଅଧା ବୋଲାଏ ଜଗତ 

ବଡ଼ ଦେଉଳ ରେ ରହି ଚଳାଅ ଜଗତ ।।

ବରଷକେ ଥରେ ପ୍ରଭୂ ନନ୍ଦୀ ଘୋଷ ରଥେ 

ଭକତ ଙ୍କୁ ଦେଖିବାକୁ ଆସ ଭାଈ ଭଉଣୀ ଙ୍କ ସାଥେ ।

ଶ୍ରୀମନ୍ଦିର ଶ୍ରୀ ହିନ ହୁଏ ନଅ ଦୀନ ପାଇଁ 

କମଳା ରୋଶ କରନ୍ତି ତୁମ ଶ୍ରୀ ମୁଖ କୁ ଚାହିଁ ।।

ମାଉସୀ ମା ଙ୍କ କୋଳେ ପୋଡ଼ ପିଠା ଖାଇ 

ଆନନ୍ଦରେ ସୁଅ ପ୍ରଭୂ ଭାବଗ୍ରାହୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract