STORYMIRROR

RATIKANTA NAYAK

Abstract Inspirational Others

4  

RATIKANTA NAYAK

Abstract Inspirational Others

ଶୁଭେ ଗରମ ଗରମ

ଶୁଭେ ଗରମ ଗରମ

1 min
14

ସବୁ ଦିଗେ ଶୁଭେ ଗରମ ଗରମ ,

ଗ୍ରୀଷ୍ମ ଦିନ ପାଗ ନୁହଇ ନରମ 

ଟାଣ ଖରା କହେ କଥା,

ପିଲା ଠାରୁ ବୁଢ଼ା ସଭିଙ୍କୁ ଦିଅଇ ବ୍ୟଥା ।


ପ୍ରକୃତି ର କୋଳେ ତରୁ ଲତା ଡାଳେ, 

ରାବଇ ବିହଙ୍ଗ ମାଦଳ

ଚାରି ଦିଗେ ଶୁଭେ ଗରମ ଗରମ,

ତ୍ରାହି ସେହି ଥଣ୍ଡା ଜଳ ।।


କୋଇଲି ର ରାବ ଆମ୍ବ ଡାଳେ ବସି,

ଗ୍ରୀଷ୍ମ କୁ କରେ ଆବାହନ 

ପାଚିଲା ପଣସ ଅଟେ ଯେ ସରସ,

ଯେତେ ଭୁଞ୍ଜିଲେ ବି ମାନୁନି ମନ।।


ଆଧୁନିକ ପୂର୍ବେ ନଦୀ କୂଳେ ବସି,

ଶୀତଳ ବାଆ ର ମଜା 

ଆଜିର ଯୁଗରେ ଫେନ୍ କୁଲର୍,

ଅଧିକ ଥଣ୍ଡାରେ ମିଳିଯାଏ ତାର ସଜା ।।


ଲେମ୍ବୁ ସରବତ ଦହି ପଖାଳ,

ଆହା କି ଲାଗଇ ଖଟା 

ଝାଞ୍ଜି ଖରା ଠାରୁ ଦିଅଇ ଆନନ୍ଦ,

ଢୋକେ ପିଇ ଦେଲେ ମିଳିଯାଏ ଜୀବନଟା ।।


ଗ୍ରୀଷ୍ମ ଋତୁରେ ଚଇତି ପରବ,

ସାଥିରେ ଝାମୁ ଯାତରା ର ମଜା 

ବୈଶାଖ ମାସରେ ଟାଣ ଖରା ସାଥେ

, ମନ କିଣେ ବେଲ ପଣା।।


ନଦୀ ଉପକୂଳ ଲାଗଇ ଶୀତଳ,

ଖରା ବେଳ ଦିଶେ ନାହିଁ ଗହଳ ଚହଳ 

ଦିନ ଯାକ ଗୁଳୁଗୁଳି ଟାଣ ଖରା,

ସନ୍ଧ୍ୟା ବେଳ ଲାଗଇ ଶୀତଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract