STORYMIRROR

Subhalaxmi Nayak

Classics

3  

Subhalaxmi Nayak

Classics

କବିତା ଗୋ

କବିତା ଗୋ

1 min
210

କବିତା ଗୋ!

ତୁମେ ସାହିତ୍ୟିକ ମନର

ତରୁଣ କାନ୍ତି....

କେବେ ଶବ୍ଦରସେ ପୁଲକିତ

କେବେ ବିରହେ କାତର

କେବେ ଅନାବନା ଭାବନାର ଭ୍ରାନ୍ତି।

କବିତା ଗୋ!

ତୁମେ ସମାଜ ଆଖିରେ

ଜଣେ ନେପଥ୍ୟ ନାୟିକା

କେବେ ଦୁଃଖ ଜର୍ଜରିତ ପ୍ରଳାପ

କେବେ ଆନନ୍ଦେ ବନ୍ଧୁତ୍ୱର ଗପ

କେବେ ତୁମେ ଦରଦୀ ମନରେ

ଜ୍ୟୋସ୍ନା ବିଧୌତ ଅପୂର୍ବ ଶାନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics