କବିତା ଗୋ
କବିତା ଗୋ


କବିତା ଗୋ!
ତୁମେ ସାହିତ୍ୟିକ ମନର
ତରୁଣ କାନ୍ତି....
କେବେ ଶବ୍ଦରସେ ପୁଲକିତ
କେବେ ବିରହେ କାତର
କେବେ ଅନାବନା ଭାବନାର ଭ୍ରାନ୍ତି।
କବିତା ଗୋ!
ତୁମେ ସମାଜ ଆଖିରେ
ଜଣେ ନେପଥ୍ୟ ନାୟିକା
କେବେ ଦୁଃଖ ଜର୍ଜରିତ ପ୍ରଳାପ
କେବେ ଆନନ୍ଦେ ବନ୍ଧୁତ୍ୱର ଗପ
କେବେ ତୁମେ ଦରଦୀ ମନରେ
ଜ୍ୟୋସ୍ନା ବିଧୌତ ଅପୂର୍ବ ଶାନ୍ତି।