STORYMIRROR

SAHADEV PARIDA

Classics

3  

SAHADEV PARIDA

Classics

ହେ ଡମ୍ଵରୁ ଧର

ହେ ଡମ୍ଵରୁ ଧର

1 min
165

ହେ ପ୍ରଭୁ ମହେଶ୍ଵର ହେ ପିନାକେଶ୍ଵର

ପ୍ରଭୁ ଦୟାକର ପ୍ରଭୁ ଦୟାକର

ହେ ପ୍ରଭୁ ଉମାଙ୍କ ବର ହେ ଡମ୍ବରୁଧର

ତୁମ୍ଭ ଶ୍ରୀ ଚରଣେ ପ୍ରଭୁ କରେ ନମସ୍କାର ।


ହେ ପ୍ରଭୁ ଭୋଳା ମହେଶ ପ୍ରଭୁ ଶଙ୍କର

ପ୍ରଭୁ କରୁଣାକର ପ୍ରଭୁ ସୁଦୟାକର

ହେ ପାର୍ବତୀ ଵର ହେ ପ୍ରଭୁ ସୁଧାକର

ତୁମ୍ଭ ପାଦପଦ୍ମେ ପ୍ରଣାମ ମୋର।


ପ୍ରଭୁ ହେ ଯୋଗେଶ୍ଵର ହେଅବିନେଶ୍ଵର

ପ୍ରଭୁ ସକଳ ସନ୍ତାନେ ସୁଦୟା କର

ହେ ଆଖଣ୍ଡଳେଶ୍ଵର ପ୍ରଭୁ ଭୁଜଙ୍ଗଧର

ପ୍ରଭୁ ସକଳ ଖଣ୍ଡନ ହେ ସୃଷ୍ଟି ଧର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics