Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ପାଇଛି ମନୁଷ୍ୟ ଜନମ

ପାଇଛି ମନୁଷ୍ୟ ଜନମ

1 min
213



ମର୍ତ୍ତ୍ୟ ମଣ୍ଡଳରେ ଜନମ ଲଭିଛି ହୋଇ 

ମନୁଷ୍ୟ, ଦିନେ ନା ଦିନେ ମରିବି

କର୍ମ ଅଟେ ମୋର ଗୁରୁ, ଜନ୍ମର ସାର୍ଥକତା 

ପାଇଁ ସଦା ସୁକର୍ମ କରୁଥିବି  |୧|


ପ୍ରକୃତିର ନୀତି ନିୟମକୁ ମାନିକି ଚଳିବି, 

ନହୋଇ ତ କେବେ ଛାନିଆ

ନ୍ୟାୟବାନ ହୋଇ ବଂଚିବି, ଯେ ପର୍ଯ୍ୟନ୍ତ 

ନିଜ ଗୋଡରେ ହୋଇଛି ଠିଆ |୨|


ବିଭିନ୍ନ ରଙ୍ଗ ତ ରହିଛି ଓ ନିଶ୍ଚିତ ରହିବ ମୋ

ଏଇ ଜୀବନ ରାସ୍ତାରେ 

ରହିଛି ରଙ୍ଗ ବଦଳାଉ ଥିବା ମଣିଷଙ୍କ ଠାରୁ 

ଦୂରତା ରକ୍ଷା କରିବାରେ |୩|


ଦେଖେ ମୁଁ, ବ୍ୟକ୍ତିର ସର୍ବସ୍ୱ କରୁଛନ୍ତି ନାଶ 

କିଛି ଲୋକ ବଳ ଦଳ କଳକୁ ଲଗାଇ

ଗଣତନ୍ତ୍ର ନାମେ ଜୋ'ର ଯା'ର ପଣ ବଳରେ 

କରନ୍ତି ଶାସନ, ଗଣତନ୍ତ୍ର କାଗଜରେ ଥାଇ |୪|


ଠକ, ଭଣ୍ଡ, ସ୍ୱାର୍ଥ, ସୁବିଧାବାଦୀ ଡରାଇବେ

ଅବା ଭଣ୍ଡିବେ ଯେତେ ମୋତେ ନିତି

ଭୀରୁତା କାପୁରୁଷତା ଆସିଲେ ନିତ୍ୟ ମରିବି, 

କିଆଁ ଭୟରେ କୁହ ତ ଯିବି ଲୋଟି |୫|


ଜାଣିଛି ଶୋଇବା ପୁଅର ଭାଗ ନାହିଁ ପରା, 

ସବୁଠି ସେ ହୁଏ ଅଣ ଦେଖା

କାର୍ଲ ମାର୍କ୍ସର ହୁଙ୍କାର, ଏକତାର ଚିତ୍କାରରୁ 

ହୋଇଛି ସଚେତନ, ପାଇଛି ଶିକ୍ଷା |୬|


ପାଇଥାଏ ନ୍ୟାୟ ନିଷ୍କାମ ଧର୍ମରେ ନିର୍ବେଦ 

କର୍ମେ, ବିଚାର ବିବେକବନ୍ତ 

ଭାଙ୍ଗିଗଲେ ଅନ୍ୟାୟରେ ମୁହିଁ ପାଇବିଟି ନିନ୍ଦା 

ପାଇବି ତ ଦୁଃଖ ଅପ୍ରମିତ |୭|


ପାଇଛି ଶିକ୍ଷା, ମଉନ, ନୀରବ, ଶାନ୍ତ, କାନ୍ତ 

ଭାବନାକୁ କେହି ତ ନବୁଝେ 

ହତାଶ ନହୋଇ, ସଂଘର୍ଷକୁ ବାହି, ସଂଗ୍ରାମେ 

ରୁହେ ନ୍ୟାୟ ପାଏ ଯିଏ ଯୁଝେ |୮|


ପ୍ରକୃତିର ସବୁ ନୀତି ନିୟମକୁ ମାନିକି ଚଳିବି,

ନହୋଇ ତ କେବେ ଛାନିଆ

ନ୍ୟାୟ ପାଇଁ ଲଢ଼ିବି ଓ ଲଢ଼ିବା ସମୟେ ଭୟ 

ତ୍ୟାଗ କରି, ସତ୍ୟ ପଟେ ହେବି ଠିଆ |୯|


ସାହସପଣ ଭରି, ରଖି ଧୀର ଓ ସ୍ଥିର ମନ, 

କାତରତାପଣ ତ୍ୟାଗ କରିବି

ଗଲା କଥା ତ ଗଲାଣି, ଅତୀତ ଘଟଣା 

ମନେ ଭାବି କାହିଁକି ଦୁଃଖିତ ହେବି| ୧୦|


ଅତୀତର ଭୁଲ ଗୁଡିକରୁ ଶିଖି, ଦୁଃଚିନ୍ତା 

ତ୍ୟାଗ କରି ଚାଲିବି ଜୀବନ ପଥରେ

ଆଦର୍ଶ ଜୀବନ ବଂଚିବାର ପାଇଁ ଧ୍ୟାନ 

ରଖିଥିବି ସବୁ ବେଳେ ମୋର ମନରେ |୧୧|


ମଣିଷ ଜୀବନ ନୁହଁଇ କେବଳ ଦଣ୍ଡ ଦିନ 

ମାସ ବର୍ଷ କେବେରେ

ସମୟକୁ କରିବି ଉପଭୋଗ, ଗର୍ବ ତ୍ୟାଗ 

କରି ଏହି ଜୀବନ ମଧ୍ୟରେ |୧୨|


ସମାଜର ମଧ୍ୟେ ଉତ୍ତମ ସମ୍ପର୍କ ରଖିଣ 

ଚଳିବି ଭଲ ବୁଝାମଣାରେ

ସର୍ବଦା ଆଦର୍ଶ ଜୀବନ ବଂଚିବାର ପାଇଁ 

ଧ୍ୟାନ ରଖି ଥିବି ମନରେ |୧୩|



Rate this content
Log in